ଗୁରୁ ଦକ୍ଷିଣା ଉତ୍ସବ 

 ଜୟପୁର  : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ ସ୍ଥାନୀୟ ଶାରଦା ବିହାର ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ପ୍ରଫେସର ଡ. ସନାତନ ପ୍ରଧାନ ଯୋଗଦାନ କରିଥିବାବେଳେ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ କାଳୁ ପ୍ରସାଦ ପଣ୍ଡା ଏବଂ ନଗର ସଂଘ ଚାଳକ ଡ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଡ.ମୋନରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶିକ୍ଷକ ମୁକୁନ୍ଦ ଭାଇ ରହିଥିବାବେଳେ ପ୍ରାର୍ଥନା ପ୍ରମୁଖ ସୁବ୍ରତ କୁମାର ପଣ୍ଡା ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏକାତ୍ମତା ସ୍ତତ୍ରୋ ବିଷ୍ଣୁ ପ୍ରସାଦ ସାହୁ ପାଠ କରିବା ପରେ ସାଙ୍ଗିକ ଗୀତ, ବ୍ୟକ୍ତିଗତ ଗୀତ ଗାନ ଏବଂ ଅମୃତ ବଚନ ପାଠ କରାଯାଇଥିଲା ।