ବାଲି ଖାଦାନରେ ଚଢ଼ଉ : ୮୦ ଗାଡ଼ି ଜବତ, ୫୪ ଗିରଫ

 ଭୁବନେଶ୍ୱର : ପୁଲିସ୍ ମହାନିଦେ୍ର୍ଦଶକଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟର ବିଭିନ୍ନ ବେଆଇନ ବାଲିଖାଦାନ ଓ ମୋରମ ଖଣିରେ ଚଢ଼ଉ କରି ବିପୁଳ ପରିମାଣର ବାଲି ଓ ମୋରମ ବୋଝେଇ ଗାଡ଼ି ଜବତ କରାଯାଇଛି । ଡିଜିପିଙ୍କ ନିଦେ୍ର୍ଦଶରେ ଏକ ସ୍ୱତନ୍ତ୍ର ଟିମ୍ ୬ ଏବଂ ୭ ତାରିଖରେ ଏହି ଚଢ଼ଉ କରିଥିବା ବେଳେ ଏହି ଘଟଣାରେ ମୋଟ ୫୪ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗାଡ଼ିଗୁଡ଼ିକୁ ସ୍ଥାନୀୟ ପୁଲିସ୍ ଥାନା ଜିମା ଦିଆଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବତ ବେଆଇନ ଖଣିଜ ସମ୍ପଦର ଆକଳନ କରାଯାଇଛି ।