କାର୍ ଧକ୍କାରେ ୩ ମୃତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧୀନ ଶ୍ରୀକଲା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକମାନେ ସ୍ଥାନୀୟ ଜି. ଉଦୟଗିରି ଅଞ୍ଚଳର ହୋଇଥିବା ବେଳେ ସେମାନେ ଏକ ବାଇକ୍ ଯୋଗେ ଉଦୟଗିରିରୁ କଳିଙ୍ଗା ଆଡ଼କୁ ଯାଉଥିଲେ । ଏହି ସମୟରେ ଶ୍ରୀକଲା ଘାଟିଠାରେ ବିପରୀତ ଦିଗରୁ ଆସୁଥିବା ଏକ ୱାଗନ୍-ଆର୍ କାର୍ ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତୁ୍ୟ ହୋଇଥିଲା ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହାସହ ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଜବତ କରି ତଦନ୍ତ ଚଳାଇଛି ।