ଦେଶୀମଦ ଜବତ; ମହିଳା ଗିରଫ

 ଭୁବନେଶ୍ୱର  : ମୈତ୍ରୀବିହାର ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମହିଳାଙ୍କ ଠାରୁ ୯୦ ଲିଟର ଦେଶୀମଦ ଜବତ କରାଯାଇଛି । ଗିରଫ ମହିଳା ହେଲେ, ମୟୁରଭଞ୍ଜ ଜିଲ୍ଲାର ସୁମତୀ ମାଝୀ । ଏଠାରେ ସେ ମୈତ୍ରୀବିହାର ଥାନା ଅଧିନ ସାଲିଆସାହି ନିଳଚକ୍ରନଗର ବସ୍ତିରେ ରହି ଚୋରା ଦେଶୀମଦ କାରବାର ଚଳାଇ ଆସୁଥିଲେ ।  ସୂଚନାଯୋଗ୍ୟ ଯେ, ଆଜି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ ମୁତାବକ ସମ୍ପୃକ୍ତ ଥାନାର ଏକ ଟିମ ନୀଳଚକ୍ରନଗର ବସ୍ତିିରେ ଚଢଉ କରି ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ମହିଳା ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୯୦ ଲିଟର ଦେଶୀମଦ ଜବତ କରିଥିଲେ  । ପଚରାଉଚରା ବେଳେ ଜଣାପଡ଼ିଥିଲା ଅଭିଯୁକ୍ତ ଜଣକ ଏହି ଦେଶୀମଦ ବିକ୍ରୟ କରିବା ନେଇ କୌଣସି ଅନୁମତି ପତ୍ର ଦେଖାଇ ପାରିନଥିଲେ ।