ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ : ଶ୍ରୀମନ୍ଦିର ସଂରକ୍ଷଣ ତଥା ମରାମତି ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିଦେ୍ର୍ଦଶକ ଡ଼. ୟୁଜବେନ୍ଦ୍ର ସିଂ ରାୱତ, ଉପମହାନିଦେ୍ର୍ଦଶକ ସଂରକ୍ଷଣ ଜନୱି ଶର୍ମା, ନିଦେ୍ର୍ଦଶକ ସଂରକ୍ଷଣ ଭୀମ ଅଜ୍ମିରା, ନିଦେ୍ର୍ଦଶକ ବିଜ୍ଞାନ ମନୋଜ ଭଟ୍ନାକର, ଆଞ୍ଚଳିକ ନିଦେ୍ର୍ଦଶକ ଡ଼. ଦିଲ୍ଳୀପ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଏବଂ ଓଏସ୍ଡ଼ି ନିର୍ମାଣ ଆଶିଷ ସୁବୁଦ୍ଧି ବୈଠକରେ ଯୋଗଦାନ କରିଥିଲେ ।ଶ୍ରୀମନ୍ଦିରର ସ୍ଥାପତ୍ୟ, ମୂଳ ନିର୍ମାଣ ଏବଂ ସାଂସ୍କୃତିକ ଦିଗ ପ୍ରତି ଦୃଷ୍ଟି ରଖି ମିଳିତଭାବେ କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଆଗାମୀ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପରିସର ତଥା ଗର୍ଭଗୃହର ଆବଶ୍ୟକ ସଂରକ୍ଷଣ କରାଯିବ । ରତ୍ନଭଣ୍ଡାରର ବକେୟା କାର୍ଯ୍ୟ ମଧ୍ୟ ସେହି ସମୟ ମଧ୍ୟରେ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନିର୍ମାଣାଧିନ ର୍ୟାମ୍ପ କାର୍ଯ୍ୟ ଯଥାଶୀଘ୍ର ସମାପନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଥିଲେ । ପ୍ରସ୍ତାବିତ ନାଟମଣ୍ଡପ, ଶୀତତାପ ନିୟନ୍ତ୍ରିତ ଏବଂ ଶ୍ରୀମନ୍ଦିରର ଆଲୋକିକରଣ ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜଗମୋହନର ବାହ୍ୟପାଶ୍ୱର୍ ଏବଂ ଛାତର ସଂରକ୍ଷଣ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପାଶ୍ୱର୍ ଦେବାଦେବୀ ମନ୍ଦିର ଯଥା ମା ବିମଳା, ମହାଲକ୍ଷ୍ମୀ, ଶ୍ରୀ ସୂର୍ଯ୍ୟ, ଆଦି ନୃସିଂହ ଏବଂ ଭୁବନେଶ୍ୱରୀ ମନ୍ଦିରରେ ବିଦୁ୍ୟତ ପ୍ରତିରୋଧକ ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଥିଲା । ଜଗମୋହନ ଏବଂ ଭୋଗମଣ୍ଡପରେ ଲାଗିଥିବା ଷ୍ଟିଲ ଭାରାକୁ ଅଧିକ ମଜବୁତ୍ କରାଯିବ । ମୁଖ୍ୟ ମନ୍ଦିରର ବାହ୍ୟ ପ୍ରସ୍ତର କାନ୍ଥର ରସାୟନିକ ସଫେଇ ଏବଂ ତାର ଉପଚାର କଣ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ପ୍ରଶାସକ ଡ଼. ପାଢୀ ଏଏସ୍ଆଇର ସହଯୋଗ ପାଇଁ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।