ଗଞ୍ଜେଇ ଜବତ, ୬ ଗିରଫ
ଜୟପୁର: ଜୟପୁର ଟାଉନ ପୋଲିସ ୧୩୧୮ କିଲୋ ଗଞ୍ଜେଇ ସହ ଦୁଇଟି ଗାଡ଼ିକୁ ଜବତ କରିଛି । ଏଥିସହିତ ଏଥିରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସହରରେ ନିତ୍ୟ ଗୋସ୍ତ ସମୟରେ ସନେ୍ଦହରେ ଦୁଇଟି ଗାଡ଼ିକୁ ଯାଞ୍ଚ କରିବା ବେଳେ ସେଥିରୁ ୨୫୯ ପେକେଟରେ ୧୩୧୮ କିଲୋ ଗଞ୍ଜେଇ ଠାବ କରିଛି । ଏହି କାରବାରରେ ଲିପ୍ତ ଥିବା ୬ ଜଣଙ୍କୁ ଗିରଫ କରାଯାଇଥିବା ଏକ ପ୍ରେସ୍ ସମ୍ମିଳନୀରେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୬/୨୫ ଏନଡିପିଏସ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ଅମର କୁମାର ବାହାଦୁର, ଚିଣ୍ଟୁ ମୁଦୁଲି, ସଞ୍ଜୟ ଖସଲା, କେଶବ ହରିଜନ, ଦୁର୍ଗା ବାହାଦୁର, ମିନ ବାରିକ ସହ ଗୋଟିଏ ଟ୍ରକ ଏବଂ ଗୋଟିଏ ୪୦୭ ଦୁଇଟି ଗାଡ଼ି, ୧୨୦ ପକେଟ କୁଣ୍ଡା ଏବଂ ଚାଉଳ ଖୁଦ ଏବଂ ତିନିଟି ମୋବାଇଲ ଫୋନ ଜବତ କରି କୋର୍ଟଚାଲାଣ କରିଛନ୍ତି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ରାଜେନ୍ଦ୍ର ପାଙ୍ଗି ରହିଛନ୍ତି ।