ସିପିଆଇର ଶତବାର୍ଷିକୀ ସମାରୋହ

 କଟକ: ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ସିପିଆଇର ରାଜ୍ୟସ୍ତରୀୟ ଶତବାର୍ଷିକୀ ସମାରୋହ ଉଦ୍ଘାଟିତ ହୋଇଯାଇଛି । ସିପିଆଇ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା ସମାରୋହକୁ ଉଦ୍ଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ସିପିଆଇ ନେତା ଡ ପ୍ରଶାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କମୁ୍ୟନିଷ୍ଟ ନେତା ରବିନ୍ଦ୍ରନାଥ ରାୟ ଯୋଗ ଦେଇଥିଲେ । ଭାରତବର୍ଷର ସ୍ୱାଧୀନତା ଆନେ୍ଦାଳନଠାରୁ ଏଯାବତ୍ ସିପିଆଇର ବିଭିନ୍ନ ସଂଗ୍ରାମ, ସାଫଲ୍ୟର ଏକ ବିସ୍ତୃତ ବିବରଣୀ ଶ୍ରୀ ରାୟ ସମାରୋହରେ ଉପସ୍ଥାପିତ କରିଥିଲେ । ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ ଏବେଠାରୁ ଆରମ୍ଭ ହୋଇଥିବା ଏହି ଶତବାର୍ଷିକୀ ଉତ୍ସବ ଆସନ୍ତା ବର୍ଷ ଡିସେମ୍ବର ୨୫ରେ ଉଦଯାପିତ ହେବ ବୋଲି କହିଥିଲେ । ପ୍ରସ୍ତୁତି କମିଟିର ସଭାପତି ବିଜୟ କୁମାର ପଡ଼ିହାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ୭୫ଜଣ ବର୍ଷିୟାନ ସାଥୀଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଣୀହାଟ ପୋଲଠାରୁ ସହସ୍ରାଧିକ କର୍ମୀମାନେ ହାତରେ ପତାକା ଧରି ଶୋଭାଯାତ୍ରାରେ ବାହାରି ସଭା ସ୍ଥଳରେ ପହଞ୍ଚôଥିଲେ । ପାର୍ଟିର ପତାକାକୁ ବର୍ଷିୟାନ କମୁ୍ୟନିଷ୍ଟ ନେତା ବିବେକାନନ୍ଦ ଦାଶ ଉତ୍ତୋଳନ କରିଥିଲେ । ଅମରେନ୍ଦୁ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ । କଟକ, ଯାଜପରୁ, କେନ୍ଦ୍ରାପଡ଼ା ଓ ଜଗତସିଂହପର ଜିଲ୍ଲାର ସଂପାଦକମାନଙ୍କ ସମେତ ନାରାୟଣ ରେଡ଼ି, ଜୟନ୍ତ ଦାସ, ଜିନମୟୀ ସାହାଣୀ ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ସମାରୋହରେ ଯୋଗ ଦେଇଥିଲେ ।