ବରିଷ୍ଠ ଆଇନ୍ଜୀବୀଙ୍କ ପରଲୋକ
ଭୁବନେଶ୍ୱର : କରଞ୍ଜିଆର ବରିଷ୍ଠ ତଥା ପ୍ରବୀଣ ଆଇନଜୀବୀ ବିଜୟ କୁମାର ରାୟ(୮୬)ଙ୍କର ମୟୂଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୪୧ ମସିହାରେ ଜନ୍ମିତ ସ୍ୱର୍ଗତ ବିଜୟ କୁମାର ରାୟ ୧୯୬୭ରେ ରେଭେନ୍ସା ମହାବିଦ୍ୟାଳୟରୁ ଗ୍ରାଜଏସନ୍ ଲାଭ କରି ୧୯୭୦ରେ କଟକ ମଧୁସୂଦନ ଲ କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ ଓକିଲାତି ଜୀବନ ଆରମ୍ଭ କରି ଫୌଜଦାରୀ ଦେୱାନୀ ମାମଲାରେ ଦକ୍ଷ ଆଇନଜ୍ଞ ଭାବେ ପରିଚିତ ହୋଇଥିଲେ । ସେ କରଞ୍ଜିଆ ଓକିଲ ସଂଘର ପୂର୍ବତନ ସଭାପତି ଥିବା ସହ ପୂର୍ବରୁ ସରକାରୀ ଓକିଲ ଓ ପବ୍ଳିକ ପ୍ରସିକୁ୍ୟଟର ପିପି ମଧ୍ୟ ଥିଲେ । ତାଙ୍କର ମୃତୁ୍ୟ ଖବର ଜଣାପଡିବା ପରେ ବିଭିନ୍ନ ବର୍ଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କରଞ୍ଜିଆ ଓକିଲ ସଂଘର ସଦସ୍ୟ ବାସଗୃହରେ ଉପସ୍ଥିତ ହୋଇ ଅନ୍ତିମ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ପାର୍ଥବ ଶରୀରକୁ କରଞ୍ଜିଆ ଓକିଲ ସଂଘ ଓ କୋର୍ଟ ପରିସରକୁ ଅଣାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ସପରିବାରବର୍ଗ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ପୁଅ ହନୁମନ୍ତ ମୁଖାଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।