‘ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ’
ନବରଙ୍ଗପୁର : ନବରଙ୍ଗପୁର ବ୍ରହ୍ମାକୁମାରୀ ଆଶ୍ରମ ପ୍ରାଙ୍ଗଣରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ୩ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ବନଖଣ୍ଡ ଅଧିକାରୀ ଧନୁର୍ଜୟ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୁନି କୁନି ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ଓ ଲୋକହିତ ପ୍ରତିଭାର ବିକାଶ ହେବା ସଙ୍ଗେ ସଙ୍ଗେ ନୈତିକ ମୂଲ୍ୟବୋଧର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ନମିତା ଭଉଣୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଆଜିର ଛାତ୍ରଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ ଓ ସମାଜ ପରିବର୍ତ୍ତନର ଆଧାର ସ୍ତମ୍ଭ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବ୍ରହ୍ମାକୁମାରୀ ରାକ୍ଷୀ ଭଉଣୀ ମଞ୍ଚ ପରିଚାଳନା କରିଥିଲେ । ଖେଳ ନାଚ, ଗୀତ, ଚିତ୍ରାଙ୍କନ ମାଧ୍ୟମରେ ନୈତିକ ଶିକ୍ଷାର ପ୍ରେରଣା ଦିଆଯାଇଥିଲା । ସହରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ୱ କୁନି କୁନି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।