ଲୁଟେରା ଗିରଫ; ମୋବାଇଲ ଜବତ
ଭୁବନେଶ୍ୱର : ଫରେଷ୍ଟ ପାର୍କର ଅମ୍ବିକା ଗଙ୍ଗାଧର ଆପାର୍ଟମେଣ୍ଟରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟରତ ଅଭିଯୋଗକାରୀ ସୁମନ୍ତ କୁମାର ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ, ଏୟାରପୋର୍ଟ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଟୁଟୁ ନାଏକକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ତଥା ରବିବାର ଦିନ ଅଭିଯୋଗକାରୀ ଡୁ୍ୟଟିରେ ଥିବା ସମୟରେ, ସେ ନିମ୍ନୋକ୍ତ ଅଭିଯୁକକୁ ତାଙ୍କର ମୋବାଇଲ୍ ଫୋନ୍ ଚୋରି କରି ପଳାଇ ଯାଉଥିବାର ଦେଖିଥିଲେ । ଏନେଇ ସେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ସମୟରେ, ଆଜି ୯.୬.୨୫ରେ, ନିର୍ଭରଯୋଗ୍ୟ ସୂଚନା ଉପରେ କାର୍ଯ୍ୟ କରି, ଅଭିଯୁକ୍ତଙ୍କୁ ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍-୩, ହରିଜନ ବସ୍ତି, ତାଙ୍କ ଘରୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ସେ ମୋବାଇଲ୍ ଫୋନ୍ ଚୋରି କରିଥିବା ଜଣାପଡ଼ିଥିଲା ଓ ତାଙ୍କ ହେପାଜତରୁ ଚୋରୀ ମୋବାଇଲ ଫୋନଟିକୁ ଜବତ କରାଯାଇଛି ।