ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ କର୍ମଚାରୀ ସମ୍ମାନିତ
ଜଟଣୀ : ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ. ବାଜୱା କର୍ତ୍ତବ୍ୟ ପ୍ରତି ସଚୋଟତା ଏବଂ ନିଷ୍ଠାପରତା ପାଇଁ ଡିଭିଜନର ଚାରିଜଣ ରେଳ କର୍ମଚାରୀଙ୍କୁ ‘ସୁରକ୍ଷା’ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏହି କର୍ମଚାରୀ ମାନେ ହେଲେ ରୋନଙ୍କି ଦୁର୍ଗା ରାଓ ଟେକ୍-୨ ମେମୁ କାର୍ ଶେଡ୍ ଖୋର୍ଦ୍ଧାରୋଡ଼, ସିଦ୍ଧାର୍ଥ ଶଙ୍କର ସାହୁ ଷ୍ଟେସନ ମାଷ୍ଟର ରଘୁନାଥପୁର, ଜି ମୋହନ ବାବୁ ଷ୍ଟେସନ ଅଧୀକ୍ଷକ ଭୁବନେଶ୍ୱର ଏବଂ ପରଦେଶୀ ଧନୁଞ୍ଜୟ ଟେକ୍-୨ ଖୋର୍ଦ୍ଧାରୋଡ଼ । ଏହି ଅବସରରେ ଶ୍ରୀ ବାଜୱା ଏହି କର୍ମଚାରୀଙ୍କ ଅବିସ୍ମରଣୀୟ ଉସôର୍ଗକୁ ପ୍ରଶଂସା କରିଥିଲେ ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ସତର୍କ, ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ (କାର୍ଯ୍ୟକାରୀ) ଖୋର୍ଦ୍ଧାରୋଡ ଆଶିଷ କୁମାର୍ ସେନାପତି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।