ବଢୁଛି ପେଟ୍ରୋଲ ଓ ଡିଜେଲ ଦର

ବଢୁଛି ପେଟ୍ରୋଲ ଓ ଡିଜେଲ ଦର

ସାରା ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି । ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର ମଧ୍ୟ ସେହି ହିସାବରେ ବଢି ଚାଲିଛି । ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧.୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨ .୬୯ ପଇସା ରହିଛି । ଏପରିକି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ କୋଲକାତାରେ ପେଟ୍ରୋଲ ଦର ୧୦୫ .୦୧ ଟଙ୍କା ରହିଛି ।ତେବେ ଦୁଇ ଦିନ ହେବ ତୈଳ ଦରରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ ।  ଗତ ୧୦ ଦିନ ମଧ୍ୟରେ,ଭୁବନେଶ୍ୱରରେ ପେଟ୍ରୋଲର ସର୍ବାଧିକ ଦର ଲିଟର ପିଛା ୧୦୧.୧୧ ପଇସା ରହିଛି । ସେହିପରି, ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲର ସର୍ବନିମ୍ନ ଦର ୧୦୦.୯୩ ପଇସା ପ୍ରତି ଲିଟର ଥିଲା ।  ଆଜିର ଡିଜେଲ୍‌ ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି ।  ଡିଜେଲ୍‌  ପ୍ରତି ଲିଟର ପିଛା ୯୨.୬୯ ପଇସା ରହିଛି ।