ଗୁଜରାଟ ସୀମାରୁ ପାକିସ୍ତାନ ଗୁପ୍ତଚର ଗିରଫ
ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ । ଦେଶଦ୍ରୋହ ଅଭିଯୋଗରେ ସହଦେବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଯୋଗାଉଥିବାର ସାଂଘାତିକ ଅଭିଯୋଗ ଲାଗିଛି । ଏଥିସହ ବିଏସଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଅଦିତି ଭରଦ୍ବାଜ ନାମକ ମହିଳା ସହ ସେ ହ୍ବାଟସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କଥା କହିଥିଲେ । ତଥ୍ୟ ଦେବା ପାଇଁ ୪୦ ହଜାର ଟଙ୍କାର ଡିଲ୍ ମଧ୍ୟ ହୋଇଥିଲା । ତେବେ ନିକଟରେ ୧୫ ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି ।