ନାବାଳିକା ନିଖୋଜ ଥାନାରେ ଏତଲା
ନାଉଗାଁ : ନାଉଗାଁ ବ୍ଲକ ଆନ୍ତର୍ଗତ ମଧୁପୁର ଗ୍ରାମରେ ଜଣେ ନାବାଳିକା ନିଖୋଜ ହେବା ନେଇ ପରିବାର ଲୋକଙ୍କ ପକ୍ଷରୁ ନାଉଗାଁ ଥାନାରେ ଏତଲା ଦିଆଯାଇଛି । ସୂଚନା ଅନୁଯାୟୀ ଉକ୍ତ ନାବାଳିକା ଜଣକ ଗତ ୨୦ ରିଖରେ ଅଲଣାହାଟକୁ ଡ୍ରେସ୍ କିଣିବାୟକୁ ଯାଇ ଆଉ ଘରକୁ ଫେରିନଥିଲା । ସନ୍ଧ୍ୟା ହେବା ପରେ ବି ଝିଅ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ । ଏ ନେଇ ତାଙ୍କ ମା’ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଅଭିଯୋଗ ଅନୁଯାୟୀ ନାଉଗାଁ ଥାନା ପକ୍ଷରୁ କେସ୍ ନଂ ୧୭୮/୨୫ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।