କିନ୍ନରଙ୍କୁ ଜମି ପଟ୍ଟା ପ୍ରଦାନ
ନବରଙ୍ଗପୁର : ଜିଲ୍ଲା କିନ୍ନର ସଂଘ ସଦସ୍ୟ ମଙ୍ଗଳ ଦେଇ ନାୟକଙ୍କୁ ଡାବୁଗାଁ ତହସିଲ ପକ୍ଷରୁ ଘର ବାରିର ଏକ ଚାରି ସେଣ୍ଟ ଜମି ପ୍ରଦାନ କରାଯାଇଛି । ଏହି ଘଟଣା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଜିଲ୍ଲା କିନ୍ନର ସଂଘ ହେବା ପର ଠାରୁ କିନ୍ନରମାନଙ୍କ ଅନେକ ସମସ୍ୟା ସମାଧାନ ହୋଇପାରୁଛି । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର, ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ନିନିବାନୁ ତ୍ରିପାଠୀ, ଦୁର୍ଗା ପାଢ଼ୀ, ଶ୍ରୀନିବାସ ପଟ୍ଟନାୟକ, ଓକିଲ ସଂଘର ସଭାପତି ତଥା ଉପଦେଷ୍ଟା ସିରାଜୁଦିନ ଅହମଦ, ସଂଘର ଆଇନଗତ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପ୍ରୋଜେକ୍ଟ ଲିଡର ଏମ. ବାଲା କୃଷ୍ଣ ରାଓ ଏବଂ ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ସହ ଜିଲ୍ଲାର ସମସ୍ତ ବ୍ଲକ୍ର କିନ୍ନର ଏବଂ ଅଣକିନ୍ନର ସଭ୍ୟ ସଭ୍ୟା ପ୍ରମୁଖ ସରକାର, ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ପ୍ରଶାସନକୁ ସାଧୁବାଦ୍ ଜଣାଇଛନ୍ତି ।