ସିନ୍ଦୁରର ସଫଳତା ନେଇ କଟକରେ ସେଲିବ୍ରେସନ

କଟକ : ସେନାର ପରାକ୍ରମକୁ ନେଇ କଟକ ବିଜେପି ଯୁବମୋର୍ଚ୍ଛାର ସେଲିବ୍ରେସନ । ପହେଲଗାମ ଆତଙ୍କୀ ହମଲାର କଡ଼ା ଜବାବ ଦେଇଛି ସେନା । ଭାରତ ପକ୍ଷରୁ ପାକିସ୍ଥାନକୁ କଡ଼ା ଜବାବ ଦିଆଯାଇଛି । ଗତକାଳି ବିଳମ୍ବିତ ରାତିରେ “ଅପରେସନ ସିନ୍ଦୁର”ର ସଫଳତା ହାସଲ କରିବା ପରେ ଦେଶବ୍ୟାପୀ ଖୁସିର  ଲହରୀ ଖେଳିଯାଇଛି । ସମସ୍ତଙ୍କ ମୁହଁରେ ଭାରତ ମାତା କି ଜୟ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଛି । ପାକିସ୍ଥାନକୁ ଉଚିତ ଜବାବ ମିଳିଛି । ପାକିସ୍ଥାନରେ ଖୋଜି ଖୋଜି ୯ଟି ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିବା ପରେ ଅପରେସନ ସିନ୍ଦୁର ସଫଳତା ହାସଲ କରିଛି । ଦେଶବ୍ୟାପୀ ଖୁସିର ମାହୋଲ ଦେଖାଦେଇଥିବାବେଳେ କଟକରେ ଯୋରଦାର ସେଲିବ୍ରେସନ କରାଯାଇଛି । କଟକ ବିଜେପି ପକ୍ଷରୁ ବାଣ ଫୁଟାଇ, ରଂଗ ଖେଳି ଓ ଜାତୀୟ ପତାକା ଉଡାଇ ଉସôବ ପାଳନ କରାଯାଇଛି । ପାକିସ୍ଥାନକୁ ଉଚିତ ଜାବାବ ଦେବା ଓ ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିବା ଭାରତ ପାଇଁ ଏକ ବଡ଼ ଉପଲବ୍ଧô ବୋଲି କୁହାଯାଇଛି । ଯେଉଁପରି ଭାବରେ ପହେଲଗାମରେ ଆତଙ୍କୀମାନେ ସିନ୍ଦୁର ପୋଛିଥିଲେ, ଭାରତ ତାହାର କଡ଼ା ଜବାବ ଦେଇଛି ବୋଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ବିଜେପି କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ଏହି ସେଲିବ୍ରେସନରେ ବହୁ ସାଧାରଣ ନାଗରିକ ଓ ବିଜେପି ନେତା ଏବଂ କର୍ମୀ ଯୋଗ ଦେଇଥିଲେ ।