ଚୋରା କାଠ ଚାଲାଣ  ଡ୍ରାଇଭର ଗିରଫ,ଗାଡି ଜବତ


ାା ପ୍ରଭାନୁ୍ୟଜ୍ ।ା ଆସିକା: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ରେଞ୍ଜର ନୁଆଁ ବାବନପୁର ଛକ ଠାରୁ ଚୋରା କାଠ ଚାଲାଣ ବେଳେ ଗାଡି ଡ୍ରାଇଭରକୁ ଗିରଫ କରିବା ସହ କାଠ ନେଉଥିବା ଗାଡିକୁ ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇଁ ଆସିକା ରେଞ୍ଜର  ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଭେଟନଇରୁ ବାବନପୁର ପର୍ଯ୍ୟନ୍ତ ଚୋରାରେ ଯାଉଥିବା କାଠ ଗାଡିକୁ ଗୋଡ଼ାଇ ଗୋଡାଇ ଧରିଥିଲେ । ଭଞ୍ଜନଗର ତାରସିଂ ଅଂଚଳରୁ ଓଡି ୩୨ ବି ୪୭୦୭ ନମ୍ବର ଟାଟା ଏସି ଗାଡ଼ିରେ ବାଲିପଦର  ଭୟା ଆସ୍କା ଦେଇ ବ୍ରହ୍ମପୁର ଯିବାକୁ ଯୋଜନା କରିଥିଲା । ଜବତ ଗାଡିରୁ ୫୭ ଘନଫୁଟର ଶାଳ କାଠ ସହ ଭଞ୍ଜନଗର ଥାନା ବେଲଗୁଣ୍ଠା ବ୍ଲକ ତନରଡା ଗ୍ରାମର ଜ୍ୟୋତିଲାଲ ସ୍ୱାଇଁ (୩୦)କୁ ବନ ବିଭାଗ ଅଟକ ରଖି ପଚରାଉଚରା କରିଥିଲେ । ଆବଶ୍ୟକୀୟ କାଗଜପତ୍ର ନଦେବା ଦ୍ୱାରା ଏହି ଚୋରା ବେପାରୀକୁ ବନ ବିଭାଗ କେସରେ ଓଡିଶା କାଠ ଓ  ଅନ୍ୟାନ ଜଙ୍ଗଲ ଗମନାଗମନ ନିୟମ ୧୯୮୦ ଅନୁସାରେ ଏକ କେସ ମାମଲା ରୁଜୁ କରି ଆସ୍କା କୋର୍ଟକୁ ଚାଲାଣ କରିଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଏହି ଟିମରେ ଆସିକା ବନ ବିଭାଗର ବନ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଗଣେଶ ସ୍ୱାଇଁ, ରଘୁନାଥ ପ୍ରଧାନ, ଗୋପାଳ ଗୌଡ଼, ବୁଦ୍ଧିରାମ ବକ୍ଷଡ଼ତ୍ୟା, କୃଷ୍ଣ ବକ୍ଷଡତ୍ୟା ପ୍ରମୁଖ ଏହି ଚଢ଼ାଉରେ ସାମିଲ ରହିଥିଲେ ।