ସାହାଯ୍ୟ ବାହାନାରେ ବୃଦ୍ଧାଙ୍କ ଠାରୁ ଲୁଟ୍ 

 ବ୍ରହ୍ମପୁର  : ସାହାଯ୍ୟ କରିବା କହି  ବୃଦ୍ଧାଙ୍କଠାରୁ ଲୁଟି ନେଲା  ଅଢେଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଗହଣା  । ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଏମ୍କେସିଜି  ବଡମେଡିକାଲ ପରିସରରେ  । ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ନିବାସୀ ଜୁରିଆ ସାହୁ ଏବଂ ତାଙ୍କ ପନôୀ ଶଶୀ ସାହୁ  ବ୍ରହ୍ମପୁର ନିକଟସ୍ଥ ଲାଠୀ ଗ୍ରାମକୁ  ନିଜ  ଝିଅ ଘରକୁ ବୁଲିବାକୁ ଆସିଥିଲେ  । ତେବେ ଶଶୀ ସାହୁଙ୍କ ଗଳାରେ କିଛି ସମସ୍ୟା ରହିଥିବାରୁ ସେମାନେ ବ୍ରହ୍ମପୁର ବଡମେଡିକାଲକୁ ଚିକିସôା ନିମନ୍ତେ ଆସିଥିଲେ  । ସୋମବାର ଏମ୍କେସିଜି ବର୍ହି ବିଭାଗରେ  ଚିକିସôା କରାଇବା ନିମନ୍ତେ ନାଶା ଓ ଗଳା ବିଭାଗରେ ଡାକ୍ତରଙ୍କୁ ଦେଖାଇଥିଲେ  । ତେବେ ଡାକ୍ତର  କିଛି ଔଷଧ ଓ ପରୀକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ  । ଏହି ସମୟରେ ବୃଦ୍ଧା ଦମ୍ପତୀ କେଉଁ ସ୍ଥାନରେ ପରୀକ୍ଷା ହେବ ଓ ଔଷଧ କେଉଁ ସ୍ଥାନରେ ମିଳିବ ସେ ନେଇ ଜାଣିପାରୁନଥିବା ବେଳେ ଜଣେ ଦୁର୍ବୃତ ତାଙ୍କୁ ସାହାଯ୍ୟ କରିବା ବାହାନାରେ ବୃଦ୍ଧା ପିନ୍ଧିଥିବା ସୁନା ଗହଣ ଉପରେ ନଜର ପକାଇଥିଲେ ଓ ତାଙ୍କୁ ଏହି ସ୍ଥାନରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଏମ୍କେସିଜି ମେଡିକାଲର ନିଦାନ କେନ୍ଦ୍ର ନିକଟକୁ ନେଇଥିଲେ  ।  ସେଠାରେ ବୃଦ୍ଧା ଶଶୀ ସାହୁଙ୍କ ବେକରେ ଥିବା ସୁନାପତ୍ରିମାଳି  ଓ କାନଫୁଲ,ଝିକାକୁ ଜୋର ଜବରଦସ୍ତ  ବାହାର କରି ଚମ୍ପଟ ମାରିଥିଲା  । ଲୁଟ ହୋଇଥିବା  ସୁନାଗହଣା ଓଜନ ପ୍ରାୟ ୨୬ ଗ୍ରାମରୁ ଅଧିକ ହେବ ବୋଲି ଜଣାପଡିଛି  । ଏନେଇ ଜୁରିଆ ସାହୁ  ଏବଂ ତାଙ୍କ ପନôୀ ଶଶୀ ସାହୁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଖବର ପାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି  ।