ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଅସମ୍ଭାଳ ଭିଡ


ାା ପ୍ରଭାନୁ୍ୟଜ୍ ।ା ତାଳଚେର :  ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଦରଖାସ୍ତ ଆବେଦନ ପାଇଁ ତାଳଚେର ଅଂଚଳରେରେ ରହିଥିବା ଜନସେବା କେନ୍ଦ୍ରରେ ମହିଳାମାନଙ୍କର ଅସମ୍ଭାଳ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ଏହି ଯୋଜନାରେ ଦରଖାସ୍ତ ଆବେଦନ କରିବାକୁ ହେଲେ ହିତାଧିକାରୀଙ୍କୁ ସେମାନଙ୍କ ଆଧାର ନଂ- ମୋବାଇଲ ନଂ ସଂଯୁୁକ୍ତ ହେବା ଆବଶ୍ୟକ  । ଯେଉଁ ମହିଳାଙ୍କ ଆଧାର ସହ ଫୋନ ନମ୍ବର ସଂଯୋଗ ହୋଇନି ଏହି କାର୍ଯ୍ୟ କରିବାକୁ ସେମାନେ ଜନସେବା କେନ୍ଦ୍ରମାନଙ୍କରେ ଭିଡ ଜମାଉଥିବା ଜଣାପଡିଛି  । ତେବେ ଗୋଟିଏ ଆଧାର ନମ୍ବରରେ ଫୋନ ନମ୍ବର ସଂଯୋଗ କରିବା ପାଇଁ ଜନସେବା କେନ୍ଦ୍ର ପକ୍ଷରୁ ଶହେରୁ ୩ଶହଟଙ୍କା ନିଆଯାଉଥିବା ଅଭିଯୋଗ ହେଉଛି । ଯାହାର ପ୍ରାପ୍ୟ ପାଇଁ ରସିଦ୍ ପ୍ରଦାନ କରାାଯାଉ ନାହିଁ  । 
ଉଭୟ ସରକାର ଗରୀବ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଉଦେ୍ଦଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଜନସେବା କେନ୍ଦ୍ର ସେମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆସିଛି । ତାଳଚେର ଟାଉନ ଠାରୁ ଆରମ୍ଭ କରି ହାଟତୋଟା, ଶର୍ମାଛକ, କଚେରୀ ସାମ୍ନା, ବ୍ଲକ କାର୍ଯ୍ୟାଳୟ, ହାଣ୍ଡିଧୂଆଁ ସମେତ ଅଧିକାଂଶ ଗାଁ ଗଣ୍ଡାରେ ମହିଳାଙ୍କ ଭିଡ ମହିଳାଙ୍କୁ ଯେତିକି କଷ୍ଟ ପ୍ରଦାନ କରୁନାହିଁ ସେମାନଙ୍କ ଠାରୁ ନିଆଯାଉଥିବା ଟଙ୍କା ଓ ଘରଦ୍ୱାରା ଛୁଆପିଲାଙ୍କୁ ଛାଡି ଦିନ ତମାମ୍ ଖରାତରାରେ ଲାଇନ୍ରେ ଛିଡା ହୋଇ ଅପେକ୍ଷା କରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ମହିଳାମାନେ ଏହା ପ୍ରକାଶ କରିଛନ୍ତି  । ଏପରିକି ଉକ୍ତ କେନ୍ଦ୍ରଗୁଡିକ ପକ୍ଷରୁ ମହିଳାମାନଙ୍କୁ ପାନୀୟଜଳ ଟୋପେ ଯୋଗାଇ ନଦେବା ପରିତାପର ବିଷୟ  । ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ସାଧାରଣରେ ଦାବି ହୋଇଛିି  ।