୫୧ ଲିଟର ମହୁଲି ମଦ ଜବତ ; ୩ ଗିରଫ 


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି :  ଆଜି ସକାଳେ ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫୧ ଲିଟର ମହୁଲି ମଦ ଜବତ କରିବା ସହିତ ୩ ଅଭିଯୁକ୍ତକୁ ଗିରଫ କରିଛି । ବିବରଣୀ ଅନୁଯାଇ ନୀଳଗିରି ଉପଖଣ୍ଡ ଔପଦା ବ୍ଳକ କାଣ୍ଡଗରଡ଼ି ପଞ୍ଚାୟତର ମହେଶ୍ୱର ପରିଡ଼ା (୫୦)ଙ୍କ ଘରୁ ୨୨ଲିଟର ଦେଶୀ ମହୁଲି ମଦ, ଠିକ ସେହି ପରି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖୁଲିଆ ଗ୍ରାମର ସଦନ ବେହେରା (୫୮)ଙ୍କ ଠାରୁ ୯  ଲିଟର ଏବଂ ଧୋବଶିଳା ଗ୍ରାମର ଜଗବନ୍ଧୁ ମଲ୍ଲିକଙ୍କ ସ୍ତ୍ରୀ କବିତା ମଲ୍ଲିକ ୨୮ଙ୍କ ଠାରୁ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ୩ ଅଭିଯୁକ୍ତଙ୍କ ନାମରେ ମୋକଦମା ରୁଜ୍ଜୁ କରି ବିଚାରବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି । ଏହି ଚଢ଼ାଉ ବେଳେ ଓଆଇସି ଜଗନ୍ନାଥ ବେହେରା, ଏଏସଆଇ ଜୟମାଧବ ଦାସପଟ୍ଟନାୟକ,  କନେଷ୍ଟବଳ ତପନ କୁମାର ମଲ୍ଲିକ, ନାହାନ ମୁର୍ମୁ ଉପସ୍ଥିତ ଥିଲେ ।