ବେଆଇନ ମଦ ଜବତ : ୧ ଗିରଫ

 ପୁରୀ : ବେଳାଭୂମି ମାର୍ଗର ଚୈତନ୍ୟ ଛକ ଠାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ସମୁଦ୍ରକୂଳ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତା ଠାରୁ ୧୮ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ପୋଲିସ ଅବକାରୀ ଆଇନର ୫୨(କ) ଧାରାରେ ୧୨୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ପାଟ୍ରୋଲିଂ ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଥାନାାର ସବ୍ଇନ୍ସପେକ୍ଟର ଶରତ ଚନ୍ଦ୍ର ପ୍ରଧାନ ସଦଳବଳେ ଚଢାଉ କରି ବେଆଇନ ମଦ ବିକ୍ରୟ କରୁଥିବା ବେଳେ ବାଲିନୋଳିଆ ସାହିର ବି.ଗୋବିନ୍ଦ (୧୯)କୁ ଗିରଫ କରିନେଇ ତା ଠାରୁ ବେଆଇନ ମଦ ଜବତ କରିଥିଲା ।