ରେଳ ଧାରଣାରୁ ବ୍ୟବସାୟୀଙ୍କ ମୃତ ଶରୀର ଜବତ
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା: ବାଙ୍ଗିରିପୋଷି ରୁପସା ରେଳପଥରେ ବି ଏସ ଏ ନ ଏଲ୍ ନିକଟରେ ଆଜି ମଧ୍ୟାହ୍ନରେ ଜନୈକ ବ୍ୟକ୍ତିଙ୍କ ମୁଣ୍ଡ ଓ ଶରୀର ଅଲଗା ଅଲଗା ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ଅବସ୍ଥାରେ ମୃତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇ ପାରିନଥିଲା । ତେବେ ବାରିପଦାରୁ ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କଲାପରେ ଏହା ବେତନଟୀ ଥାନା ଅନ୍ତର୍ଗତ ଶୁଖିଲାହାର ଗ୍ରାମର ପରିବା ବ୍ୟବସାୟୀ ବିଶ୍ବେଶର ଦେହୁରୀଙ୍କ ବୋଲି ଜଣାପଡିଥିଲା । ମୃତକଙ୍କ ଭାଇ ଦୀପକଙ୍କ କହିବା ଅନୁଯାୟୀ ବିଶ୍ବେଶର ରବିବାର ରାତିରେ ବଜାର ଯାଉଛନ୍ତି କହି ବାହାରି ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ସେବେଠାରୁ ତାଙ୍କୁ ଖୋଜାଖୋଜି ଚାଲିଥିଲା । ଆଜି ଦିନ ଗୋଟାଏ ବେଳେ ବିଏସଏନଏଲ ଅଫିସ ସମ୍ମୁଖସ୍ଥ ରେଳଧାରଣା ଉପରେ ମୃତକଙ୍କ ଶବ ଜବତ କରି ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି ।