ଏସୀୟ ବିଚ୍ ସେପାକ୍ଟାକ୍ରୋ ଦଳରେ କିଟର ଥବୀର


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଓଡିଶାର ଥବୀର ନାୟକଙ୍କୁ ୨୩ବର୍ଷରୁ କମ ଏସୀୟ ବିଚ୍ ସେପାକ୍ଟାକ୍ରୋ ଚାମ୍ପିଅନସିପ୍ ୨୦୨୪ରେ ଭାରତୀୟ ପୁରୁଷ ଦଳର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯାଇଛି । ଏହି ଚାମ୍ପିଅନସିପ ସେପ୍ଟେମ୍ବର ୧୮ ରୁ ଚାଇନାରରେ ଅନୁଷ୍ଠିତ ହେବ । କିଟ ଓ କିସର ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ଏବଂ ଓଡିଶା ରାଜ୍ୟ ସେପାକ ଟାକ୍ରା ଆସୋସିଏସନର ସଚିବ ପ୍ରୀତିରାଜ ସାହୋ ଶ୍ରୀ ଥବୀର ଏବଂ ଭାରତୀୟ ସେପାକ୍ଟାକ୍ରୋ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଚାମ୍ପିଅନସିପରେ ଦଳର ସଫଳତା ପାଇଁ ସେମାନେ ସେମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ଉସôାହର ପ୍ରତିଶୃତି ମଧ୍ୟ ଦେଇଛନ୍ତି ।