ଅସିତ୍ ମହାପାତ୍ର ଓରେରା ଅଧ୍ୟକ୍ଷ
asit mohapatra

ରାଜ୍ୟ ସରକାର ଆଜି ଓରେରା ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ଅସିତ୍ କୁମାର ମହାପାତ୍ରଙ୍କୁ ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲାଟାରୀ ଅଥରିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରାଜେନ୍ଦ୍ର ମିଶ୍ର ଓ ଶ୍ୟାମ ସୁନ୍ଦର ଦାସଙ୍କୁ ଓରେରାର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।