ଖେଲୋ ଇଣ୍ଡିଆ ଗେମ୍ସ: ଏଏମ୍/ଏନ୍ଏସ୍ ଇଣ୍ଡିଆ ଆଥଲେଟଙ୍କ ଐତିହାସିକ ପ୍ରଦର୍ଶନ 

ଭୁବନେଶ୍ୱର : ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ-ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୧୩ ଜଣ ଆଥଲେଟ୍ ଚଳିତ ବର୍ଷ ୪ ମଇ ରୁ ୯ ମଇ ମଧ୍ୟରେ ବିହାରର ଗୟାଠାରେ ଅନୁଷ୍ଠିତ ୭ମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡ଼ିଶା ବାଳକ ଓ ବାଳିକା ଦଳର ପ୍ରତିନିଧିତ୍ୱ କରିଥିଲେ । ଓଡ଼ିଶା ଦଳ ଖୋ ଖୋ ଟୁର୍ଣ୍ଣାମେଣ୍ଟର ବାଳିକା ବର୍ଗରେ ଚାମ୍ପିଅନ୍ ଏବଂ ବାଳକ ବର୍ଗରେ ରନର୍ସ ଅପ୍ ସ୍ଥାନ ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି । ଓଡ଼ିଶା ବାଳିକା ଦଳରେ ଏଚପିସିର ଆଠ ଜଣ ଆଥଲେଟ୍ କେ ରମ୍ୟା , ଜି ନନ୍ଦିନୀ, ବାସନ୍ତୀ ନାଗ, ଅର୍ଚ୍ଚନା ପ୍ରଧାନ, ହରପ୍ରିୟା ଭୂୟାଁ, ଲିସାରାଣୀ ରାଇତା, ଶୁଭଶ୍ରୀ ମଲ୍ଲିକ ଏବଂ ସବିତା ମୁର୍ମୁ ଥିବାବେଳେ ଓଡିଶା ବାଳକ ଦଳରେ ଏଚପିସିର ପାଞ୍ଚ ଜଣ ଆଥଲେଟ୍ ସୁନୀଲ ପାତ୍ର, କୁନା ବେହେରା, ଶିବ ଗୁନ୍ତା, ଆଦିତ୍ୟ ଦାସ ଓ ଯଶବନ୍ତ ଯାଦବ ସାମିଲ ଥିଲେ ।
ସେମାନଙ୍କର କୌଶଳଗତ ଚମକôାରିତା ଏବଂ ଅତୁଟ ଦଳୀୟ ମନୋଭାବ ପ୍ରଦର୍ଶନ କରି, ଓଡ଼ିଶା ବାଳିକା ଦଳ ଏକ ରୋମାଞ୍ଚକର ଫାଇନାଲରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ସେମାନଙ୍କର ବିଜୟୀ ପ୍ରଦର୍ଶନ ଉକôର୍ଷତା ପାଇଁ ସେମାନଙ୍କର ନିରନ୍ତର ପ୍ରୟାସ ଏବଂ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ-ପରଫର୍ମାନ୍ସ ସେଣ୍ଟରର ଉସôର୍ଗୀକୃତ ପ୍ରଶିକ୍ଷଣ ଶକ୍ତିର ପ୍ରମାଣ । ଓଡ଼ିଶା ବାଳକ ଦଳ ସାହସିକତାର ସହିତ ଲଢ଼ି ଫାଇନାଲରେ ମହାରାଷ୍ଟ୍ର ବିପକ୍ଷରେ ରନର୍ସଅପ୍ ହୋଇଥିଲା । ଯଦିଓ ସେମାନେ ଅଳ୍ପକେ ସ୍ୱର୍ଣ୍ଣ ପଦକ ହାତଛଡ଼ା କରିଥିଲେ, ସେମାନଙ୍କ ପ୍ରଦର୍ଶନ ଅତୁଳନୀୟ ଶକ୍ତି, ରଣନୈତିକ କ୍ରୀଡା ନୈପୁଣତା  ଏବଂ ଚାମ୍ପିଅନ୍ ହେବାର କ୍ଷମତାର ପ୍ରଦର୍ଶନ କରିଥିଲା । ଏଚପିସିକୁ ଗୌରବାନିତ୍ୱ କରିବା ସହିତ , ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରରେ ତାଲିମପ୍ରାପ୍ତ କୋଲହାପୁରର ଜଣେ ଆଥଲେଟ୍ ଶରଦ ଘଟଗେ ମହାରାଷ୍ଟ୍ର ଦଳର ପ୍ରତିନିଧିତ୍ୱ କରି ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ବାଳକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କର ବିଜୟ ଏଚପିସିର ଜାତୀୟ ସ୍ତରୀୟ  ପ୍ରଭାବର ଏକ ଜ୍ୱଳନ୍ତ ଉଦାହରଣ, ଯାହା କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶର ଯୁବ ପ୍ରତିଭାଙ୍କୁ ପ୍ରୋସôାହିତ କରିଆସୁଛି । ଏଚପିସିର ଆଉ ଜଣେ ଆଥଲେଟ୍, ରାହୁଲ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳର ପ୍ରତିନିଧିତ୍ୱ କରିଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆସିଏସ୍ଆର୍ ବିଭାଗ ମୁଖ୍ୟ ଡ ବିକାଶ ଯାଦଭେନ୍ଦୁ କହିଛନ୍ତି ଯେ, "ଏହି ସଫଳତା ଆମ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଦୃଢ଼ ନିଷ୍ଠା ଏବଂ ନିରନ୍ତର ପ୍ରୟାସର ପରିଣାମ । ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ତୃଣମୂଳସ୍ତରରୁ ଯୁବ ପ୍ରତିଭାଙ୍କୁ ପ୍ରୋସôାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମର ଆଥଲେଟ୍ମାନଙ୍କୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ଏବଂ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତୁଥିବାର ଦେଖିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏଏମ୍/ଏନ୍ଏସ୍ ଇଣ୍ଡିଆ ସେମାନଙ୍କୁ ସର୍ବୋତ୍ତମ ତାଲିମ ଏବଂ ସହାୟତା ଯୋଗାଇବା ଜାରି ରଖିବ ।"ଖେଲୋ ଇଣ୍ଡିଆ ୟୁଥ ଗେମ୍ସଭଳି ଏକ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପ୍ରଦର୍ଶନ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ-ପରଫର୍ମାନ୍ସ ସେଣ୍ଟରରେ ପ୍ରଦାନ କରାଯାଇଥିବା ସଠିକ ପ୍ରଶିକ୍ଷଣ କୌଶଳକୁ ପ୍ରତିଫଳିତ କରୁଛି । ଏହି କେନ୍ଦ୍ର ଭାରତୀୟ ଖୋ ଖୋ ତାରକା ମାନଙ୍କ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ଆଥଲେଟମାନଙ୍କ ସାମଗ୍ରିକ ବିକାଶ ଉପରେ କାର୍ଯ୍ୟ କରିଆସୁଛି ।