ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଗୃହରେ ନାରାବାଜି ଓ ହୋହଲ୍ଲା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ । ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହରେ ହୋହଲ୍ଲା । ଗୃହର ମଧ୍ୟଭାଗକୁ ଆସି ବିଜେଡି ବିଧାୟକ ମାନେ ହୋହଲ୍ଲା କରିଥିଲେ । ଯାହା ଫଳରେ ବାଚସ୍ପତି ଗୃହକୁ ମଲତବୀ ରଖିଛନ୍ତି ।

୩୧୪ ବ୍ଲକରେ ଉନ୍ନୟନ କାମ ଠପ୍ ହେଲାଣି । ଏହା ଉପରେ କିଏ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି କି ? ଏ ସଂକ୍ରାନ୍ତରେ ବାରମ୍ବାର ମୁଲତବୀ ନୋଟିସକୁ ବାଚସ୍ପତି କାହିଁକି ଗ୍ରହଣ କରୁ ନାହାନ୍ତି ବୋଲି ଗୃହରେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ଗଣେଶ୍ୱର ବେହେରା ଉଠାଇ ଥିଲେ । ପରେ ବାଚସ୍ପତିଙ୍କ ନିଷ୍ପତ୍ତିର ପ୍ରତିବାଦରେ ବିଜେଡି ବିଧାୟକ ମାନେ ଶୂନ୍ୟ କାଳରେ ଗୃହରେ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ।