ଡ୍ରାଇଭର ଓ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ ୨ ଗୁରୁତର, ୫ ଗିରଫ

ଡ୍ରାଇଭର ଓ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ ୨ ଗୁରୁତର, ୫ ଗିରଫ

 ହିଞ୍ଜିଳିକାଟୁ:  ଆଗାମୀ ଦିନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ବସ୍ ଟର୍ମିନାଲ ପରିସରରେ ରବିବାର ରାତିରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ ପରିସରରେ ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଏକ ଘରୋଇ ଯାତ୍ରୀବାହୀ ବସର ·ଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି ।  ଆହତମାନେ ହେଲେ ବସ୍ ଡ୍ରାଇଭର ହିଞ୍ଜିଳି ଥାନା ଖରିଡା ଗ୍ରାମର ପ୍ରମୋଦ କୁମାର ରାଉଳ (୩୪) ଓ ହେଲପର ପୋଲସରା ଥାନା ଅଞ୍ଚଳର ଅଜୟ କୁମାର ନାୟକ (୨୫) । ଆହତଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ - ୩୫୨/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଆକ୍ରମଣ ଘଟଣାରେ ସଂଶ୍ଳିଷ୍ଟ ୫ ଜଣ ଯୁବକଙ୍କୁ ଗିରଫ କରିଛି  ।  ଗିରଫମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ସାଗର ଦାସ (୨୮), ପିଣ୍ଟୁ ଦାସ (୨୧), ଦିପୁ ଦାସ (୨୪), ହିଞ୍ଜିଳି ଠାକୁରାଣୀ ସାହିର  ମନୋଜ ଦାସ (୨୪) ଓ ଶିଶିର ଦାସ (୨୫) । ଗିରଫ ସମସ୍ତଙ୍କୁ ସୋମବାର କୋର୍ଟ ·ଲାଣ କରିଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ଠାରୁ କଟକ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ (ଓଡି୦୨ ସିକେ ୧୨୪୩ ) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚିଥିଲା । ହଠାତ୍ ୮ରୁ ୧୦ ଜଣ ଯୁବକ ବସ୍ ନିକଟରେ ପହଞ୍ଚି ଗାଡି କାହିଁକି ଏଠାରେ ରଖିଛ ବୋଲି କହିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ବସ୍ ·ଳକ ସେମାନଙ୍କୁ କାହିଁକି ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛ ବୋଲି ପ·ରିବାରୁ ସଂପୃକ୍ତ ଯୁବକ ମାନେ ପଥର ମାରି ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ କରିଥିଲେ । ପରେ ବସ୍ ଡ୍ରାଇଭର ଓ ହେଲପରଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଠେଙ୍ଗା, ଖଣ୍ଡା ଓ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ବସ୍ ଟର୍ମିନାଲ ପରିସରରେ ପଡି ଯାଇଥିଲେ । ଆକ୍ରମଣକାରୀ ମାନେ ବସ୍ ଡ୍ରାଇଭର ଓ ହେଲପରଙ୍କ ୨ଟି ମୋବାଇଲ ଫୋନ ଓ ଏକ ରୂପା ଚେନ ଛଡାଇ ନେଇ ଯାଇଥିଲେ । ଭବିଷ୍ୟତରେ ଯଦି କେବେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ଗାଡି ଆଣିବ, ତାହେଲେ ତମ ୨ ଜଣଙ୍କୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୫ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିବା ହୋଇଥିବା ବେଳେ ଘଟଣା ସ୍ଥଳରୁ ଆହୁରି ୩/୪ ଜଣ ଯୁବକ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ।  ପୁଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଘଟଣା ନେଇ ଅଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।