ବିଶ୍ବ ପ୍ରଦୂଷଣରେ ପଞ୍ଚମ ସ୍ଥାନରେ ଭାରତ

ଏବେ ଏକ ଚିନ୍ତାଜନକ ଖବର ଉପରେ ନଜର ପକାଇବା । ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ  ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା , ପବ୍ଲିକ ଟ୍ରାନପୋର୍ଟ ବଢ଼ାନ୍ତୁ,ନିର୍ମାଣ କାମରେ କମ ପ୍ରଦୂଷଣ କରାଯାଉ , ଏଲପିଜି ବ୍ୟବହାର ବଢ଼ାଯାଉ,ଲୋକଙ୍କ ମଧ୍ୟରେ ସଚେତନତା। 

ଦେଶରେ ବଢ଼ୁଛି ପ୍ରଦୂଷଣ : -କ୍ୟୁଆର ରିପୋର୍ଟ ୨୦୨୪ ପ୍ରକାଶିତ
-ଦିଲ୍ଲୀ ସମେତ ଏମିତି ୧୨ଟି ସହରରେ ଲଗାତାର ପ୍ରଦୂଷଣ ବଢିଛି
-ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ଦେଶ ଭାବେ ଭାରତ ୫ ନମ୍ବର ସ୍ଥାନରେ ରହିଛି
-ଦୁନିଆର ୨୦ ସହର ଭିତରେ ୧୩ଟି ସହର ଭାରତର
-ଦକ୍ଷିଣ ଆଫ୍ରିକାର ଚାଡ୍‌ ଦେଶ ଏକ ନମ୍ବର ପ୍ରଦୂଷିତ ସହର
-ଦ୍ବିତୀୟରେ ବାଂଲାଦେଶ, ପାକିସ୍ତାନ ତୃତୀୟରେ, କଙ୍ଗୋ ଚତୁର୍ଥରେ
-ଭାରତର ମେଘାଳୟର ବର୍ନିହାଟ ପ୍ରଥମ
-ଦ୍ବିତୀୟରେ ଦିଲ୍ଲୀ, ପଞ୍ଜାବର ମୁଲ୍ଲାପୁର ତୃତୀୟରେ, ହରିୟାଣାର ଫରିଦାବାଦ ଚତୁର୍ଥରେ
-ଉତ୍ତର ପ୍ରଦେଶର ଲୋନୀ ପଞ୍ଚମରେ, ଗୁରୁଗ୍ରାମ ଷଷ୍ଠରେ, ଶ୍ରୀଗଙ୍ଗାନଗର ସପ୍ତମରେ
-ଗ୍ରେଟର ନୋଏଡା ଅଷ୍ଟମରେ, ଭିବାଡୀ ନବମରେ, ମୁଜଫରନଗର ଦଶମରେ, ହନୁମାନଗଡ ଏକାଦଶ,
-ନୋଏଡା ଦ୍ବାଦଶ ସ୍ଥାନରେ ରହିଛି
-ଓସୋନିଆ ଦୁନିଆର ସବୁଠୁ ନିର୍ମଳ ସହର ଭାବେ ସ୍ଥାନ ପାଇଛି