‘ନାଟକ ଓଡ଼ିଆ ଅସ୍ମିତାର ପ୍ରତୀକ’  

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ସୁରୁବଣ ସ୍ଥିତ ସୁବର୍ଣ୍ଣଶ୍ୱର ଯୁବ ନାଟ୍ୟ ପରିଷଦ ପକ୍ଷରୁ ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଗ୍ରାମ୍ୟ ମଞ୍ଚରେ ସାମାଜିକ ନାଟକ ପରିବେଷଣ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଶିକ୍ଷକ ଶ୍ରୀଧର ରାଉତଙ୍କ ସଭାପତିତ୍ୱ କରିଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ମଣ୍ଡଳ ସଭାପତି ତରଣୀସେନ ଜେନା, ସମାଜସେବୀ ଶ୍ରୀଧର ସ୍ୱାଇଁ, ଉକ୍ରଳ କେଶରୀ ବିଶ୍ୱାଳ, ସତ୍ୟଜିତ ରାଉତ, କଳାକାର କୀର୍ତ୍ତନ ଧଳ, ସାମ୍ବାଦିକ ଦୁର୍ଯେ୍ୟାଧନ ଲେଙ୍କା, ବିଶ୍ୱମ୍ବର ରାଉତ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନାଟକ ନିଦେ୍ର୍ଦଶକ ନାରାୟଣ ଚନ୍ଦ୍ର ପରିଡ଼ା ଓ ଜିତେନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଯୁବ ନାଟ୍ୟ ପରିଷଦ ସଭାପତି ନାରାୟଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ନାଟକ ‘ସୁଖ ସଉତୁଣୀ ଦୁଃଖ ଭଉଣୀ' ଓ ‘କହଇ ମନ ଆରେ ମୋ ବୋଲକର' ଦୁଇ ଦିନ ଧରି ମଞ୍ଚସ୍ଥ ହୋଇଥିଲା  । ଏଥିରେ ଗ୍ରାମ୍ୟ କଳାକାର ଜଗନ୍ନାଥ ରାଉତ, ସୁରେନ୍ଦ୍ର ରାଉତ, କରୁଣାକର ଜେନା, ଧନେଶ୍ୱର ମଲ୍ଲିକ, ପ୍ରଶାନ୍ତ ଜେନା, ପ୍ରକାଶ ରାଉତ, କଳ୍ପତରୁ ରାଉତ, ବୈଦ୍ୟନାଥ ରାଉତ, ରଞ୍ଜନ ପରିଡ଼ା, ବଳରାମ ସେଠୀ, ଶଙ୍କର୍ଷଣ ଜେନା ପ୍ରମୁଖ ଅଭିନୟ କରିଥିଲେ ।