ତାରକାସୀକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକଙ୍କ ଦାବି

ତାରକାସୀକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକଙ୍କ ଦାବି

ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବହୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସଂସ୍କୃତି ମନ୍ତ୍ରୀ କହିଲେ ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ଟଘଋଝଉଙର କାମ । ବାଲିଯାତ୍ରାକୁ ଟଘଋଝଉଙ କିପରି ଜାତୀୟ ମାନ୍ୟତା ମିଳିବ, ସେନେଇ ଏକ ବିଶେଷଜ୍ଞ ଟିମ ଟଘଋଝଉଙ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି । 

ଏହି ସବୁ ଆଲୋଚନା ଭିତରେ ବାଲିଯାତ୍ରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମାହାଙ୍ଗା ବିଧାୟକ । ବୈଷ୍ଣବ ପାଣି ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ ଡାନ୍ସ କରାଗଲା । ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା । ବିଭାଗୀୟ ମନ୍ତ୍ରୀ ଷ୍ଟଲ୍ ଆବଣ୍ଟନର ତଦନ୍ତ କରନ୍ତୁ ଓ ଓଡ଼ିଆ ଅସ୍ମିତା କୁ ରକ୍ଷା କରନ୍ତୁ । ଯଦି ବରପୁତ୍ର ମାନଙ୍କ ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣ ହେଲା ତାହାଲେ ଆମେ ଆଗକୁ ଏଥିରେ ହସ୍ତକ୍ଷେପ କରିବୁ ।  କାରଣ ବାଲିଯାତ୍ରା ପରିଚାଳନା ଦାୟିତ୍ଵ ହେଲା କଟକ ସାଂସ୍କୃତିକ ପରିଷଦର । ଆବଣ୍ଟନରେ ଯେପରି ଅସଙ୍ଗତି ନରହିବ ସେଥିପାଇଁ ଆଗକୁ ବିଭାଗ ଦୃଷ୍ଟି ଦେବ । ଏହା ସହିତ ମାହାଙ୍ଗା ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ ହେଲାନି ସେନେଇ ମଧ୍ୟ ନଜର ଦେବୁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।