ୟୁନାଇଟେଡ୍ ପେଟ୍ରୋ ଗ୍ରୁପ ଓ ସାଧବ ସିପିଂ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ 

 ଭୁବନେଶ୍ୱର: ୟୁନାଇଟେଡ୍ ପେଟ୍ରୋ ଗ୍ରୁପ୍ ସିଙ୍ଗାପୁର ଏବଂ ମୁମ୍ବାଇର ସାଧବ ସିପିଂ ଲିମିଟେଡ୍ ଓଡ଼ିଶାରେ ଜାହାଜ ନିର୍ମାଣ ଏବଂ ବ୍ୟାପକ ଉପକୂଳ ସୁବିଧା ପ୍ରତିଷ୍ଠା ପାଇଁ ଏକ ବଡ଼ ଭାଗିଦାରୀ ଘୋଷଣା କରିଛନ୍ତି ।  ଭୁବନେଶ୍ୱରରେ ଅନୁଷ୍ଠିତ "ଉକôର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହା ଉଭୟ ସଂଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜିନ୍ଦଲ ଷ୍ଟିଲ, ଆଦାନୀ ପୋର୍ଟସ, ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସମେତ ଅନେକ ପ୍ରମୁଖ ବ୍ୟବସାୟିକ ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ ଅନେକ ଶୀର୍ଷ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଏମଓୟୁ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ୟୁନାଇଟେଡ୍ ପେଟ୍ରୋ ଗ୍ରୁପ୍ର ନିଦେ୍ର୍ଦଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ  ଶଶିଧରନ ଦେବଗରଣ,ସାଧବ ସିପିଂ ଲିମିଟେଡର ନିଦେ୍ର୍ଦଶକ ତଥା ସିଇଓ ବେଦାନ୍ତ କେ ଚୌଧୁରୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।