ଖୁବଶୀଘ୍ର କଟକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା !

ବିଧାନସଭା ପ୍ରଶ୍ନକାଳରେ ଉଠିଛି ବାଲିଯାତ୍ରା ପ୍ରସଙ୍ଗ । ଖୁବଶୀଘ୍ର ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ଦାବି କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଏଭଳି ଦେଇଛନ୍ତି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବାର ଆଶା ମଧ୍ୟ ରଖାଯାଇଛି ।
ଜାତୀୟ ମାନ୍ୟତା ଦେବା ୟୁନିସ୍କୋର କାମ ବୋଲି ମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ମତ ରଖିଛନ୍ତି । ଏହି ଜାତୀୟ ମାନ୍ୟତା ଦେବା ୟୁନିସ୍କୋର କାମ ବୋଲି ସୂରଜ କହିଛନ୍ତି । ଏଥିସହିତ ଏନେଇ ବିଶେଷଜ୍ଞ ଟିମ୍ ମଧ୍ୟ ୟୁନିସ୍କୋ ସହ ଯୋଗାଯୋଗରେ ଅଛନ୍ତି । ଚଳିତ ବର୍ଷ ବାଲିଯାତ୍ରାରେ ୬.୩୮ କୋଟି ଆଦାୟ ହୋଇଥିଲା । ଏଥର ବାଲିଯାତ୍ରାରେ ୨୪୩୮ଟି ଷ୍ଟଲ୍ ଖୋଲିଥିଲା । ସୋଫିଆ ଫିଦେ୍ର୍ଦାଶଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଏଭଳି ଉତ୍ତର ରଖିଛନ୍ତି ।