ସମବାୟ ବ୍ୟାଙ୍କ ଶାଖା ବିପଦ ସଙ୍କୁଳ
ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ସଦର ଶାଖା ବସଷ୍ଟାଣ୍ଡ ନିକଟରେ ଥିବା ଏମପିସିଏସର ବିପଦସଂକୁଳ ଅବସ୍ଥାରେ ଥିବା ଏକ କୋଠାରେ ଚାଲୁଥିବା ଦେଖିବାକୁ ମିଳିଛି । ସର୍ବ ପୁରାତନ ସମବାୟ ନଗରୀ ରୂପେ ପରିଚିତ ଏହି ସମବାୟ ବ୍ୟାଙ୍କର ସଦର ଶାଖା କାର୍ଯ୍ୟାଳୟ ୧୯୮୦ ମସିହାରୁ କାର୍ଯ୍ୟକାରି ହେଉଛି । ସଦର ଶାଖା କାର୍ଯ୍ୟାଳୟ ଅଧୀନରେ ୨୦ ଗୋଟି ସେବା ସମିତି କାର୍ଯ୍ୟ କରୁଛି କ୍ଷ ଆସିକା ବ୍ଲକ ର ନୂଆଗାଁ, ବଡଖୋଲି, ବରଗାଁ, ବେଣାପାଟ, ଦେବଭୂମି, ମଙ୍ଗଳପୁର, ନିମିନା, ଜଗଦଳପୁର, ଗୁଣ୍ଠପଡା, ଘଟକୁରୀ, ହରିଡ଼ାପଦର, ଖଣ୍ଡଦେଉଳି, ନଳବଣ୍ଟା, କାଳଷଣ୍ଢପୁର, ପାଣ୍ଡିଆପଥର, ଧନିଯା, ଗହଂଗୁ, ମୁନିଗାଡି, ବାଲିସିରା ଏବଂ ଆସ୍କା ସେବା ସମିତିର ପ୍ରାୟ ୭ ରୁ ୮ ହଜାର ଚାଷୀମାନଙ୍କ କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ବର୍ଷର ରବି ଫସଲ ସମୟରେ ୨୨ କୋଟି ଏବଂ ଖରିଫ ଋତୁରେ ୨୨ କୋଟି ଟଙ୍କାର ଦେଣ ନେଣ ହୋଇଥାଏ । ଏହି ସଦର ଶାଖା କାର୍ଯ୍ୟାଳୟ ଅଧୀନରେ ଜଣେ ବ୍ୟାଙ୍କର ଶାଖା ପରିଚାଳକ, କେସିଆର,ଜଣେ ହିସାବ ରକ୍ଷକ, ଜଣେ ଡାଟା ଏଣ୍ଟ୍ରି ଅପେରଟର କାର୍ଯ୍ୟକରୁଛନ୍ତି । ଏହି ସଦର ଶାଖା କାର୍ଯ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ନାହିଁ । ଅଫିସ ଷ୍ଟାଫ ଏବଂ ଚାଷୀ ମାନେ ଆସିଲେ ମଧ୍ୟ ଶୌଚାଳୟ ଯିବା ପାଇଁ କୌଣସି ପ୍ରକାରର ଅନୁସଙ୍ଗିକ ସୁବିଧା ସୁଯୋଗ ନାହିଁ ବୋଲି ବହୁ ଲୋକ ଅଭିଯୋଗ କରୁଛନ୍ତି । ପୁରାତନ ଏହି କୋଠାରୁ କାମ କରୁଥିବା ସମୟରେ ଛାତରୁ ପଲସ୍ତରା ଖସି କର୍ମଚାରୀ ଏବଂ ଚାଷୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି କ୍ଷ ଏହି ବିପଦ ସଂକୁଳ କୋଠା ସମ୍ପର୍କରେ ବହୁମୁଖୀ ସମବାୟ ସେବା ସମିତିର ସମ୍ପାଦକ ଅଲେଖ ନାଥଙ୍କୁ ପଚାରିବାରୁ ତାଙ୍କ ଅଫିସ ତରଫରୁ ଏହି ସଦର ଶାଖା ଖାଲି କରିବାକୁ ନୋଟିସ ପ୍ରଦାନ କରାଯାଇଛି । ଅଳ୍ପ ଦିନ ମଧ୍ୟରେ ଖାଲି କରିବାକୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କତୃପକ୍ଷ କହିଛନ୍ତି । ଅପରପକ୍ଷେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇନଥିଲା । କେନ୍ଦ୍ରୀୟ ବ୍ୟାଙ୍କ ଦୀର୍ଘ ବର୍ଷ ପୂର୍ବରୁ ବହୁମୁଖୀ ସମବାୟ ସେବା ସମିତିକୁ ପ୍ରାୟ ୧କୋଟି ୯୬ ଲକ୍ଷ ଋଣ ଦେଇଥିଲା । ସେହି ଋଣର କଳନ୍ତର ବାବଦକୁ କୁଆଡେ ଏହି ସଦର ଶାଖା ଭଡା ସୂତ୍ର ଏମପିସିଏସ୍ ଦେଇଥିବା କେତେ ସମବାୟ ପ୍ରେମୀ ଠାରୁ ଶୁଣିବାକୁ ମିଳୁଛି । ମୂଳଧନ ଫେରସ୍ତ କିମ୍ୱା ଋଣ ପରିଶୋଧ ଦିଗରେ କେହି ଆଗ୍ରହ ଦେଖା ଦେଉନଥିଲା ବେଳେ ଏମ୍ପିସିଏସ୍ର ମଧ୍ୟ ଘର ଭଡା ବାବଦକୁ ଲକ୍ଷାଧିକ ଟଙ୍କା ବାକି ଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଭଳି ବକେୟା ଟଙ୍କାର ବିବାଦ ନିମନ୍ତେ ଏକ ବିପଦ ସଂକୁଳ କୋଠାରେ କେନ୍ଦ୍ରୀୟ ବ୍ୟାଙ୍କର ସଦର ବ୍ରାଞ୍ଚ କେତେ ଦିନ ଚାଲିବ ଦେଖିବାକୁ ରହିଲା । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସମବାୟବିତ ଦାବୀ କରୁଛନ୍ତି ।