ଆଜି ବେଜିଂରେ ଆୟୋଜିତ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ : ଅଜିତ ଡୋଭାଲ ଯୋଗଦେବେ
ଚୀନରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗସ୍ତର ପ୍ରଥମ ଦିନରେ ଚୀନର ବୈଦେଶିକମନ୍ତ୍ରୀ ୱାଙ୍ଗ ଇଙ୍କୁ ସାକ୍ଷାତ କରିଛନ୍ତି ଡୋଭାଲ । ଦୁଇ ଜଣଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଆଜି ଉଭୟ ଦେଶର ପ୍ରତିନିଧମଣ୍ଡଳୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା ।
ଚୀନ ସହ ଏଲଏସି ବିବାଦ ଭିତରେ ଡୋଭାଲଙ୍କ ଚୀନଙ୍କ ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବବହନ କରୁଛି । ଗଲୱାନ ଘାଟି ହିଂସାକାଣ୍ଡ ପରଠୁ ଏହା ହେଉଛି ଅଜିତ ଡୋଭାଲଙ୍କ ପ୍ରଥମ ଚୀନ ଗସ୍ତ । ଶେଷଥର ପାଇଁ ୨୦୧୯ ମସିହାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସଜୟଶଙ୍କର ଚୀନ ଗସ୍ତ କରିଥିଲେ । ଗଲୱାନ ଘାଟି ହିଂସା ପରଠୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି । ଏହା ପୂର୍ବରୁ ଡୋଭାଲ ସେପ୍ଟେମ୍ୱର ୧୨ରେ ରୁଷରେ ଚୀନ ବୈଦେଶିକମନ୍ତ୍ରୀଙ୍କୁ ଭେଟିଥିଲ ଅଜିତଡୋଭାଲ ।