ଅବକାରୀ ବିଭାଗର ଖାମଖିଆଲି ନୀତି ପାଇଁ ହେବ ଘଣ୍ଟ ଯାତ୍ରା


ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମପୁର : ଅଗ୍ରଣୀ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚର ଏକ ଜରୁରୀ ବୈଠକ ସ୍ଥାନୀୟ ବିଜିପୁର କମୁ୍ୟନିଟି ହଲଠାରେ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷାଗତ ସମସ୍ୟା, ସ୍ୱାସ୍ଥ୍ୟ ଚିକିସôାରେ ଅବହେଳା, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ଟଙ୍କା ଓ ୩୦୦ୟୁନିଟ ବିଜୁଳି ଯୋଗାଇବା ପ୍ରତିଶୃତି ପାଳନ ନ କରାଯିବା, ଶିକ୍ଷା ଉପରେ ୧୮ପ୍ରତିଶତ ଜିଏସଟି ଭଳି ସମସ୍ୟା ଠୁ ଆରମ୍ଭ କରି ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ମଦର ପ୍ରଚାର ପ୍ରସାର ଆଉ ଏକ ବଡ଼ ଚିନ୍ତାଜନକ ବିଷୟ ଉପରେ ଆଲୋଚନା ହୋଇଥିଲା  । ରାଜ୍ୟରେ ବେଲଗାମ ଭାବେ ଯେଉଁଭଳି ମଦ ଦୋକାନ ଖୋଲାଚାଲିଛି । ସେଥିପାଇଁ କୌଣସି ନୀତି ନିୟମକୁ ସରକାର ମାନୁନାହାନ୍ତି । ଗୋଟିଏ ପକ୍ଷରେ ବେରୋଜଗାର ଓ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଥିଲା ବେଳେ ତାକୁ  ନିୟନ୍ତ୍ରଣ କରିବାରେ ସରକାର କୌଣସି ଯୋଜନା କରୁନାହାନ୍ତି ।  ଅବକାରୀ ବିଭାଗର ଏ ପ୍ରକାର ଖମାଖିଆଲି ନୀତି ତୁରନ୍ତ ନ ବଦଳାଇଲେ ଅବକାରୀ ବିଭାଗ ସମ୍ମୁଖରେ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଚେତାବନୀ ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୧୨ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର ହୋଇଛି  । ବୈଠକରେ ସାଙ୍ଗଠନିକ ସମ୍ପାଦକ ଅଳକନାଥ ମିଶ୍ର, ଆର. କ୍ରିଷ୍ଣା ରେଡ୍ଡୀ, ବିରେନ କୁମାର ବେହେରା, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କ ଅବକାରୀ ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି ।