ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଜଟଣୀ :  ସଦ୍ୟ ସମାପ୍ତ ଜଟଣୀ ବାର ଆସୋସିଏସନର ନବନିର୍ବାଚିତ ଅଧିବକ୍ତା କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜଟଣୀ କୋର୍ଟ ପରିସରରେ ଥିବା ଆସୋସିଏସନ ସଭା କକ୍ଷରେ ନିର୍ବାଚନ ଅଧିକାରୀ ତଥା ଅଧିବକ୍ତା ସଞ୍ଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସହଯୋଗ କରିଥିଲେ ସହାୟକ ନିର୍ବାଚନ ଅଧିକାରୀ ଉମେଶଚନ୍ଦ୍ର ମିଶ୍ର । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ସଭାପତି ଆଲୋକ କୁମାର ମହାନ୍ତି, ଉପସଭାପତି ପ୍ରଦୀପ କୁମାର ସୁବୁଦ୍ଧି, ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି, ଅତିରିକ୍ତ ସମ୍ପାଦକ ବାଣୀଶ୍ରୀ ରାଉତରାୟ, କୋଷାଧକ୍ଷ ପବିତ୍ର କୁମାର ବଳିଆରସିଂହ, କାର୍ଯ୍ୟକାରିଣୀ ସଦସ୍ୟ ଯଥାକ୍ରମେ ଉଷାରାଣୀ ଦାଶ, ପ୍ରିୟଙ୍କା ବେହେରା, ନିରଞ୍ଜନ ଦାଶ, ଅମିୟ ରଞ୍ଜନ ବେହେରା, ଜୟଲକ୍ଷ୍ମି ମହାନ୍ତି ଓ ଚକ୍ରଧର ଦାସ ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ପୂର୍ବତନ ସମ୍ପାଦକ ଯଥାକ୍ରମେ ବିଜୟ କୁମାର ମହାପାତ୍ର ଓ ବ୍ରଜବନ୍ଧୁ ପ୍ରଧାନ, ଉମେଶଚନ୍ଦ୍ର ମିଶ୍ର, ସାନୁଜ କୁମାର ମିଶ୍ର, ଶୁଭ୍ରାଂଶୁ ଶେଖର ଜେନା, ରୁଷିକୁଲ୍ୟା ସାମନ୍ତରାୟ, ନବୀନ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀମାନେ ଉପସ୍ଥିତ ଥିଲେ ।