ଦଳପୂର୍ଣ୍ଣ ସଙ୍କରାଖୁଣ୍ଟା ପୋଖରୀ , ଏନ୍ଏସି କର୍ତ୍ତୃପକ୍ଷଙ୍କ ନଜର ପଡିବ କେବେ?


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି:  ନୀଳଗିରି ରାଜତନ୍ତ୍ର ସମୟରୁ ନୀଳଗିରି ସହରକୁ ମଣ୍ଡନ କରୁଥିବା ସଙ୍କରାଖୁଣ୍ଟା ପୋଖରୀ ଉପରେ ଶହ ଶହ ପରିବାର ନିର୍ଭର କରିଆସୁଥିବା ବେଳେ ଏବେ ପୋଖରୀଟି ଚିଙ୍ଗୁଡ଼ି ଦଳରେ ପରିପୂର୍ଣ୍ଣ । ଫଳରେ ସ୍ଥାନୀୟ ଲୋକଙ୍କ କାମରେ ଆସିପାରୁନି ଉକ୍ତ ପୋଖରିଟି । ପ୍ରତ୍ୟେକ ଦିନ ଶହଶହ ଲୋକ ଉକ୍ତ ପୋଖରୀ ଉପରେ ନିର୍ଭର କରିଆସୁଥିବା ବେଳେ ଦଳପୂର୍ଣ୍ଣ ପାଇଁ କାମରେ ଲାଗି ପାରୁନାହିଁ । ଏନେଇ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ତୁରନ୍ତ ପରିଷ୍କାର ପରିଚ୍ଛନ୍ନ ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିବାର ପ୍ରକାଶ କରିଛନ୍ତି ।