ମୁହଁ ଖୋଲିଲେ ଦେବାଶିଷ: ନିର୍ଦ୍ଧିଷ୍ଟ ପରିବାର କବଜାରେ ବାରବାଟୀ

ଭୁବନେଶ୍ୱର: ବାରବାଟୀ ବିଭ୍ରାଟକୁ ନେଇ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି । ନିର୍ଦ୍ଧିଷ୍ଟ ଏକ ପରିବାରର କବଜାରେ ବାରବାଟି ରହିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ବାରବାଟୀ ଷ୍ଟାଡିୟମରେ ଅନେକ ଦୁର୍ନୀତି ହୋଇଛି । ଟିକେଟ ବିକ୍ରି ଠାରୁ ଆରମ୍ଭ କରି ମ୍ୟାଚ ଯାଏ ସବୁଠି ଦୁର୍ନୀତି ହୋଇଛି । ପରିଚାଳନାଗତ ତ୍ରୁଟି ପାଇଁ ଓଡ଼ିଶା ଏବେ ସାରା ବିଶ୍ୱରେ ନିନ୍ଦିତ ହୋଇଛି । ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ପରିବାର ହିଁ ଦାୟୀ । ଷ୍ଟାଡିୟମକୁ ମଣ୍ଡପ କରି ଅନେକ ଅର୍ଥ ଉପାର୍ଜନ ହେଉଛି । ଆସୁଥିବା ଟଙ୍କା କେଉଁ କାର୍ଯ୍ୟରେ ଖର୍ଚ୍ଚ ହେଉଛି ତାହାର ହିସାବ ନାହିଁ ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି । 

ଗତ ୯ ତାରିଖ ଦିନ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚରେ ପ୍ରଥମେ ଇଂଲଣ୍ଡ ବ୍ୟାଟି କରିଥିଲା। ଭାରତ ଆଗରେ ଜିତିବା ପାଇଁ ୩୦୫ ରନ୍ ଟାର୍ଗେଟ ରଖିଥିଲା  ଇଂଲଣ୍ଡ । ଭାରତ ଟିମର  ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ। ହଠାତ ଫ୍ଲଡ ଲାଇଟରେ ସମସ୍ୟା ଦେଖା ଦେବା ସହ ଲାଇଟ ଲିଭିଯାଇଥିଲା। ଫଳରେ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।   ଲାଇଟ ଯିବା ସମୟରେ ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା । ଲାଇଟ ଚାଲି ଯିବାରୁ ୨  ଓପନର ଖେଳି ନ ପାରି ପାଭିଲିୟନକୁ ଫେରିଯାଇଥିଲେ।  ଏଭଳି ଅଘଟଣ ଯୋଗୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।