ବିଧାନସଭା ପ୍ରଶ୍ନକାଳ ସ୍ବାଭାବିକ ଚାଲିଛି

ସ୍ବାଭାବିକ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଫସଲରେ ଅଧିକ କୀଟନାଶକ ବ୍ୟବହାର ବ୍ୟବହାର କରାଯାଉଛି  । ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାନ୍ସର ଭଳି ବ୍ୟାଧି ବ୍ୟାପୁ ଛି। ତେଣୁ ଅର୍ଗାନିକ ବା ଜୈବିକ ଚାଷ ପାଇଁ କଣ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ  ।  ଏହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।   ଚାଷୀ ଅଧିକ ପରିମାଣରେ କୀଟନାଶକ ଏବଂ ରାସାୟନିକ ସାରର ବ୍ୟବହାର କାରଣରୁ ବଲାଙ୍ଗୀର ଏବଂ ଅଭିଭକ୍ତ ସମ୍ବଲପୁର ଜିଲ୍ଲାରେ  କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ  ।  ଆଉ ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର ।  ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ ।  ଏଥିସହ ଗୃହରେ ବିଜେପି ବିଧାୟକ ସନାତନ ବିଜୁଳି ପ୍ରଶ୍ନ କରିଥିଲେ ,ପଞ୍ଜାବ ହରିଆଣାରେ ପାଞ୍ଚ ଏକର ଜମି ଥିବା ଚାଷୀ କୋଟିପତି ହେଉଛନ୍ତି, ଡାଲି ଜାତୀୟ କମ ସାର ଏବଂ କୀଟନାଶକ ବ୍ୟବହାର କରି ଅଧିକ ଫସଲ ଅମଳ କରାଯାଇପାରିବ ବୋଲି ସରକାର କଣ ପଦକ୍ଷେପ ନେଉଛନ୍ତି ପ୍ରଶ୍ନ କରିଛନ୍ତି । ପାଣିର ଅଭାବ ପାଇଁ ଖରିଫ ଫସଲ ପରେ ଚାଷ ଜମି ଗୁଡିକ ପଡିଆ ରହୁଛି ।  ପାଣି ବ୍ୟବସ୍ତା ଥିବା ଜମି ଗୁଡିକରେ ଡାଲି ଜାତୀୟ ଫସଲ କରାଯାଉଛି । ଜଳ ସମ୍ପଦ ବିଭାଗ ସହିତ ମିଶି ବିଭିନ୍ନ ପଦ୍ଧତିରେ ଜଳସେଚନ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । କୋଲଡ଼ ଷ୍ଟୋରେଜ ପଲିସି ନୂଆ ରାସ୍ତା ଦେଖାଇବ । ହରିଆଣା ଏବଂ ପଞ୍ଜାବ ତୁଳନାରେ ଆମ ଜମି ଉର୍ବର ଥିବାରୁ ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ।     ସେହି ପ୍ରଶ୍ନର ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ  ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ବାହାରୁ ବିହନ ଆସୁଛି, ହେଲେ ଏହା ଓଡ଼ିଶାର ଜଳବାୟୁ ପାଇଁ ଠିକ ନୁହେଁ । ଯେଉଁଥିପାଇଁ ମୁଗ ଜାତୀୟ ଚାଷ ନଷ୍ଟ ହେଉଛି ।  ଏହାକୁ ନେଇ ଆପତ୍ତି ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।  ଏହାଦ୍ୱାରା କେବଳ ସରକାର କା ମାଲ ଦରିୟା ମେଁ ଡ଼ାଲ ହେଉଛି... ଉପ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ କହିଲେ ଯେ ସବୁ ବ୍ୟବସ୍ଥିତ ହେବା ଯାଏଁ ଅପେକ୍ଷା କରିବାକୁ ପଡିବ ।