ଦୁର୍ଘଟଣାରେ ୨ ମୃତ
ଟାଙ୍ଗୀ ଚୌଦ୍ୱାର: ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବଇଚୁଆଁ ନିକଟରେ ଡିଭାଇଡରରେ ପିଟି ହୋଇ ଦୁଇ ଜଣ ଯୁବକଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ମୃତୁ ଦୁଇ ଜଣ ଯୁବକ ହେଲେ ଯାଜପୁର ଜିଲ୍ଲା କଢେଇ ବଂଶୀପୁର ଗ୍ରାମର ସୌମ୍ୟରଞ୍ଜନ ମହାପାତ୍ର । ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଓଡି ୩୪ଓ୧୧୮୪ ବାଇକ ଯୋଗେ କଟକରୁ ଯାଜପୁର ଅଭିମୁଖେ ଯାଉଥିବା ବେଳେ ବଇଚୁଆଁ ଓଭର ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ । ଦୁଇ ଜଣ ଗୁରୁତର ହୋଇ ରାସ୍ତା କଡରେ ପଡ଼ିଥିବା ବେଳେ ଲୋକେ ରାଜପଥ ପୁଲିସ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇଁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିସôା ପାଇଁ କଟକ ବଡ଼ ମେଡ଼ିକାଲ ନେଇଥିବା ସମୟରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ ।