ଦେବୀ ତ୍ରିପାଠୀଙ୍କ ଜନ୍ମ ଦିବସ ପାଳିତ
ବାଙ୍କୀ :: ବାଙ୍କୀ ବିଜେଡି କାର୍ଯ୍ୟାଳୟ ଠାରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ୩୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ନଗର ଯୁବବିଜେଡି ସଭାପତି କାଉନସିଲର ପଠାଣୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ସଂପାଦକ, କାଉନସିଲର ସନାତନ ବେହେରା, କଟକ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲିଲି ବେହେରା, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବରିଷ୍ଠ ବିଜେଡି ନେତା ସୋ÷ମେନ୍ଦ୍ର ମିଶ୍ର, କାଉନସିଲର ରାଜେନ୍ଦ୍ର ମହାପାତ୍ର, ସଂଜୟ ପୃଷ୍ଟି, ଛାତ୍ର ବିଜେଡି ନେତା ଟି.ଚିରଞ୍ଜିବୀ ପାତ୍ର, ଭବତୋଷ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନସ ମହାପାତ୍ର, ଶ୍ରୀନିବାସ ବେହେରା, ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବୀ କାମନା କରିଥିଲେ । ଏହି ଅବସରରେ ଜନ୍ମ ଦିନର କେକ୍ କଟାଯାଇ ଉତ୍ସବ ପାଳନ କରାଯାଇଥିଲା ।