ଡ.ଆମ୍ବେଦକର ସମ୍ମାନ ଯାତ୍ରା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତରନô ଡ଼.ବାବାସାହେବ ଆମ୍ବେଦକର ସମ୍ମାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସର ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ଏହି ସମ୍ମାନ ଯାତ୍ରା ସ୍ଥାନୀୟ ଗାନ୍ଧି ସ୍ମୃତି ଭବନ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚô ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଜିଲ୍ଲା ସଭାପତି ଶ୍ରୀ ଗିରି, ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ବରିଷ୍ଠ କଂଗ୍ରେସ ନାରୀନେତ୍ରୀ ଅର୍ଚ୍ଚନା ନନ୍ଦି, ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ଲେଙ୍କା, ପ୍ରମୁଖ ତାଙ୍କ ବକ୍ତବ୍ୟରେ କିଭଳି ଅମିତ ସାହା ଭାରତରନô ବାବାସାହେବ ଆମ୍ବେଦକର ଫେସନ ବୋଲି ବକ୍ତବ୍ୟ ସଂସଦରେ ଦେଉଛନ୍ତି । ତାର ବିରୋଧକୁ ଚାପି ଦେବା ପାଇଁ ବିଜେପି ନେତା ତଥା ଗ୍ରାମଷ୍ଟେନ ଓ ତାଙ୍କ ଦୁଇପୁଅଙ୍କୁ ଗାଡି ଭିତରେ ପୋଡି ମାରିଥିବା ବଜରଙ୍ଗ ଦଳର ସେତେବେଳର ସଭାପତି ପ୍ରତାପ ଷଡଙ୍ଗୀ ଯେଭଳି ଭାବେ ମିଛ ନାଟକ ରଚନା କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମିଛ ଅପପ୍ରଚାର କରି ଶ୍ରୀ ଗାନ୍ଧୀଙ୍କୁ ବଦନାମ କରିବା ଓ ମିଛ ଏଫଆଇଆର କରିବା ପ୍ରଭୃତି ବିଜେପି ଓ ବିଜେପି ନେତାଙ୍କୁ ନିନ୍ଦା କରିଥିଲେ । ଶେଷରେ କଂଗ୍ରେସ ନେତାମାନେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେ୍ଦ୍ୟଶରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ଲେଙ୍କା, ସୁବ୍ରତ ଧଡା, ଗୋପୀନାଥ ପାଢ଼ୀ, ବିକାଶ କୁମାର ଦାସ, ଜ୍ୟୋସ୍ନା ସେନାପତି, କୁମୁଦୁନି ଦାସ, ସୁଧାଂଶୁ ଜେନା, ରଞ୍ଜନ ଦାସ, ଗୌତମ ସାହୁ, ଜୀବନ ମହାପାତ୍ର, ତରୁଣ ଦାସ, ରାଜୀବ ପରିଡା, ରାଜେନ୍ଦ୍ର ମହାନ୍ତି, ତପନ ରାଉତ, ନିସିତ ବାରିକ, କୃଷ୍ଣ ଗୋପାଳ ପଣ୍ଡା, ସୁଦାମ ପାତ୍ର, ଜୁବୁଲି ପଣ୍ଡା, ହରିଶଙ୍କର ଜେନା, ସତ୍ୟନାରାୟଣ ଗୁପ୍ତା, ମନୋଜ ମହାନ୍ତି, ରବି ଦାସ, ରାହସ ବିହାରୀ ମହାପାତ୍ର, ରମେଶ ଦାସ, କେଶବ ନାୟକ, ଶ୍ରୀକାନ୍ତ ବଗଡାଇ, କହ୍ନେଇ ବେହେରା, ଜୀବନ ବାରିକ, ବିଦ୍ୟାଧର ମହାନ୍ତି, ସେକ ରାଜୁ, ରାଜୀବ ମହାପାତ୍ର, ବିନିତା ବାରିକ, ସୁବ୍ରତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।