୨୦୩୦ ସୁଦ୍ଧା ଓଡ଼ିଶା ହେବ ଏଡସ୍ ମୁକ୍ତ: ମୁକେଶ ମହାଲିଙ୍ଗ

୨୦୩୦ ସୁଦ୍ଧା ଓଡ଼ିଶା  ହେବ ଏଡସ୍ ମୁକ୍ତ: ମୁକେଶ ମହାଲିଙ୍ଗ

ଗଞ୍ଜାମରେ ସର୍ବାଧିକ ଏଡସ୍ ରୋଗୀ । ରାଜ୍ୟରେ ହ୍ରାସ ପାଉଛି ଏଡସ୍ ରୋଗୀଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ୫୦ ହଜାର ସକ୍ରିୟ ଏଡସ୍ କେଶ ରହିଛି । ସେଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୦ ହଜାର ଏଡସ୍ ରୋଗୀ ରହିଛନ୍ତି । ସୋନପୁରରେ ସର୍ବନିମ୍ନ ୧୫୦ ରୋଗୀ ଅଛନ୍ତି । ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା ଆଉ କେହି ଏଡସ୍ ରୋଗରେ ଆକ୍ରାନ୍ତ ନ ହୁଅନ୍ତି, ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ସ୍ୱାସ୍ଥ୍ୟ ବିଭାଗ ।