ଦରଦାମ ବୃଦ୍ଧି ପ୍ରସଙ୍ଗ ରାଜରାସ୍ତାକୁ ଓହ୍ଲାଇବ ବିଜେଡି : ଲୋକସେବା ଭବନ ସମ୍ମୁଖରେ ପ୍ରତିବାଦ

ଦରଦାମ ବୃଦ୍ଧି ପ୍ରସଙ୍ଗ ରାଜରାସ୍ତାକୁ ଓହ୍ଲାଇବ ବିଜେଡି  : ଲୋକସେବା ଭବନ ସମ୍ମୁଖରେ ପ୍ରତିବାଦ

 ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଜାନୁଆରୀ ୬ ତାରିଖରେ ଭୁବନେଶ୍ୱରରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିବ ବିଜେଡି  ।  ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ. ସଂକଳ୍ପ ନିଆଯିବ ଯେ ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନଙ୍କ ରକ୍ଷା କରିବୁ 

ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ. ନୂଆ ସରକାର ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ. ଗଠନର ଛ ମାସରେ ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି. 

ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦୦୦୦ ହଜାର ସୁଭଦ୍ରା, ୩୦୦ ଯୁନିଟ ମାଗଣା ବିଜୁଳି, ୩୧୦୦ ଏମଏସପି  ଭତ୍ତା  ଏ ସବୁରେ ବିଫଳ. ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଲେଣି ,  କିନ୍ତୁ ଏହାରି ଭିତରେ ସୁଭଦ୍ରା ର ଏସଓପି ୯ଥର ବଦଳିଲେଣି , ଆଳୁ ୬୦ , ଡାଲି ୧୫୦ . ଏହା ପ୍ରଶାସନିକ ଓ ସରକାରୀ ବିଫଳତା ହୋଇଛି ,

ଏଥିସହ ବିଜେଡି ବରିଷ୍ଠ ନେତା ପ୍ରେସମିଟ କରି କହିଛନ୍ତି ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇଛି. ପ୍ରତି ବର୍ଷ ଭଳି ଏଥର ବି ଡିସେମ୍ବର ୨୬ ରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ. ଏହା ୨୮ତମ ପ୍ରତିଷ୍ଠା ଦିବସ, ବିକାଶର ଅନ୍ୟ ନାଁ ବିଜେଡି. ଏହା ଲୋକଙ୍କୁ ପୁଣି ଜଣାଇବୁ. ବିଜେପି ପ୍ରତିଶୃତି ପାଳନ ନ କରିବା, ଦରଦମ ବୃଦ୍ଧି କଥା ବି କୁହାଯିବ. ନୂଆ ବର୍ଷରେ ଜାନୁଆରୀ ୬ ତାରିଖରେ ଆନ୍ଦୋଳନ ହେବ ଭୁବନେଶ୍ୱରରେ. ଜନସାଧାରଣ ଯେପରି ଦରଦାମରେ ଅତିଷ୍ଠ ହେଲାଣି, ସେଥିପାଇଁ ସଚେତନ କରାଯିବ.