ରାସ୍ତା ଓ ସ୍ୱାସ୍ଥ୍ୟସେବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ତାଳଚେର:  ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ପଞ୍ଚାୟତବାସୀଙ୍କ ଗମନାଗମନ, ସ୍ୱାସ୍ଥ୍ୟସେବା ଓ ନିଯୁକ୍ତି ନେଇ ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର କଣିହାଁ ସ୍ଥିତ ପବିତ୍ର ମୋହନ ସଭାଗୃହ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣ ଶିବିରରେ ପ୍ରଦାନ କରାଯାଇଛି ।
ପ୍ରକାଶ ଯେ, କଣିହାଁ ବ୍ଲକ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ କହିଲେ ଅତୁ୍ୟକ୍ତି ହେବନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଚାଷଜମି, ବାସଜମି ଉପରେ କଳକାରଖାନା, କୋଇଲାଖଣି ପ୍ରତିଷ୍ଠା ହୋଇଛି । କିନ୍ତୁ କଣିହାଁ ବ୍ଲକ ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ଆଶାନୁରୂପ ହୋଇ ପାରିନାହିଁ କିମ୍ବା ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥôକ ଅଭିବୃଦ୍ଧି ଘଟିନାହିଁ । ଅଞ୍ଚଳବାସୀଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଗମନାଗମନ ଓ ରୋଜଗାର ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ସଙ୍ଗଠନ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ତାହାର ସୁଫଳ ପାଇପାରିଲେ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏଣୁ ଏ ସବୁ ସମସ୍ୟାର ସମାଧାନ ଆଶା ରଖି ଜିଲ୍ଲା ପ୍ରଶାସନ ନିକଟରେ ପୁନର୍ବାର ଦାବିପତ୍ର ଜରିଆରେ ଉପସ୍ଥାପନା କରାଯାଇଛି । ଆବଶ୍ୟକତାକୁ ନେଇ ଉପଖଣ୍ଡ କାର୍ଯ୍ୟାଳୟ ଏବଂ ଚିକିତ୍ସାଳୟ ଯିବା ଆସିବା ପାଇଁ ଅଞ୍ଚଳବାସୀଙ୍କ ସୁରକ୍ଷିତ ଗମନାଗମନକୁ ଦୃଷ୍ଟିରେ ରଖି କଣିହାଁ ଠାରୁ ଗୋଡ଼ିବନ୍ଧ ଯାଏଁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ସହିତ ଜନସାଧାରଣଙ୍କୁ ସ୍ୱତନ୍ତ୍ର ରାସ୍ତା ପ୍ରଦାନ, ବିଜିଗୋଳ ବାରଡ଼ାଙ୍ଗୁଆ ଗ୍ରାମରୁ ସମଲକୁ ଥିବା ପୁରୁଣା ରାସ୍ତାକୁ ପଞ୍ଚାୟତ ସଂଯୋଗୀକରଣରେ ଅନ୍ତର୍ଭୁକ୍ତ କରି ପୁନଃରୁଦ୍ଧାର କରାଯିବା, କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ସାଙ୍ଗକୁ ଡାକ୍ତରୀ ଯନ୍ତ୍ରପାତି ଯୋଗାଇ ଦେବା, ରେଙ୍ଗାଳିରୁ ଆସିଥିବା ୩୩ କେ.ଭି ଲାଇନ୍କୁ ମିନି ଟାୱାର ଯୁକ୍ତ କରାଯିବା କିମ୍ବା ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇ କଣିହାଁ ଠାରେ ଏକ ସ୍ୱତନ୍ତ୍ର ୧୩୨/୩୩ କେ.ଭି ଗ୍ରୀଡ ନିର୍ମାଣ କରି କଣିହାଁ ଷ୍ଟେସନକୁ ୩୩ କେରି ଲାଇନ୍ ସଂଯୋଗୀକରଣ, ଅଥବା ଏନଟିପିସି କିମ୍ବା ଜେଆଇଟିପିଏଲ କେନ୍ଦ୍ର ଠାରୁ ଏକ ୩୩ କେଭି ଲାଇନ ସଂଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା, କଣିହାଁ ବ୍ଲକ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନା ଓ କୋଇଲାଖଣି ମଧ୍ୟରେ କାର୍ଯ୍ୟରତ କମ୍ପାନୀ ଗୁଡ଼ିକର ସର୍ଭିସ ରେଜିଷ୍ଟରକୁ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ତଦନ୍ତ ପରିସରକୁ ଆଣି କଣିହାଁର ଶିକ୍ଷିତ ଯୁବକ, ଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ, ଅଣକୁଶଳୀ ଯୁବବର୍ଗଙ୍କୁ ଅଗ୍ରାଧିକାର ଭିତରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଉପରୋକ୍ତ ଦାବି ତଥା ଅଞ୍ଚଳବାସୀଙ୍କ ମୌଳିକ ଆବଶ୍ୟକତାକୁ ହୃଦୟଙ୍ଗମ କରି ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଲେ ନିଶ୍ଚିତ ଭାବେ କଣିହାଁ ବ୍ଲକର ଜନସାଧାରଣ ଉପକୃତ ହୋଇପାରିବେ । ନଚେତ ଅଞ୍ଚଳବାସୀଙ୍କ ମୌଳିକ ଆବଶ୍ୟକତାକୁ ନେଇ ଆଗାମୀ ଦିନରେ ସଂଗଠନ କଣିହାଁ ଅଧିନସ୍ଥ ୨୭ ଗ୍ରାମ ପଞ୍ଚାୟତ ବୁଲି ଜନଜାଗରଣ ସୃଷ୍ଟି କରି ବୁଦ୍ଧିଜୀବୀ ଏବଂ ଯୁବବର୍ଗଙ୍କ ସହଯୋଗ କ୍ରମେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଦାବିପତ୍ର ପ୍ରଦାନ ବେଳେ ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ର, ହିମାଂଶୁ ଶେଖର ମିଶ୍ର, ସରପଞ୍ଚ ଦୁଃଖବନ୍ଧୁ ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ ।