ବିଜେପି ଯେଉଁ ପ୍ରତିଶୃତି ଦିଅନ୍ତି ତାହା ପାଳନ କରନ୍ତି ନାହିଁ :ବିଜେଡ଼ି
ଭୁବନେଶ୍ବର: ୨୦୨୪ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ବିଜେପି। ଗତ ଦୁଇ ନିର୍ବାଚନ ସହ ଏହି ଇସ୍ତାହାର ତୁଳନା କରି ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି। ବିଜେପି ଯେଉଁ ପ୍ରତିଶୃତି ଦିଅନ୍ତି ତାହା ପାଳନ କରନ୍ତି ନାହିଁ ବୋଲି ବିଜେଡ଼ି କହିଛି। ଗୋଟେ ମୁଦ୍ରାର ଦୁଇଟି ଅଲଗା ଅଲଗା ଦିଗ। ମିଛ ମାନିଫେଷ୍ଟୋ ହେଉଛି ଶୀର୍ଷକ। ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି। ନା କାମ କରିବି ନା କରେଇ ଦେବି।
ଯିଏ ଅପରାଧୀ ତାକୁ ବିଜେପି ନେଉଛି। ବିଜେପି ନେତାଙ୍କ ଉପରେ ଗାଡି ଚଢ଼ାଉଥିବା ନେତା ହିଁ ବିଜେପିର ପୋଷ୍ଟର ବଏ। ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକିଛନ୍ତି। ହେଲେ ବିଜେପି ଟିକେଟ ଦେଲା। ହୋ ଭୂମିଜ ମୁଣ୍ଡାରୀ ମାନ୍ୟତା ଦେଉ ନାହାନ୍ତି। ୧୬୨ ସମ୍ପ୍ରଦାୟ ପାଇଁ ଆଦିବାସୀ ମାନ୍ୟତା ଦେଉ ନାହାନ୍ତି। ତାଳେଚର ସାର କାରଖାନା ପାଇଁ ବାହାନା ଦେଖାଇବେ। କଣ କରିଛୁ କହି ପାରିବେନି। ଅନୁଦାନ କାଟି ଚାଲିଛନ୍ତି। ମନ୍ଦିର ରୂପାନ୍ତର ଆମ ସଂସ୍କୃତି ପରମ୍ପରା କଥା। ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର କାମ ରୋକିବାକୁ ଲାଗିଲେ। ମାମଲା ସୁପ୍ରିମକୋର୍ଟ ଯାଏଁ ଗଲା ବୋଲି ବିଜେଡ଼ି କହିଛି।
ନିର୍ବାଚନ ଇସ୍ତାହାରରେ ଯାହା ବିଜେପି କହେ ତାହା ମିଛ ଓ କଳ୍ପନା । ସେମାନେ ସମସ୍ତ ଆଗରେ କହୁଛନ୍ତି କିଛି, କରନ୍ତି ନାହିଁ। ମିଶନ ଶକ୍ତି ମାଆଙ୍କ ଦୁବାଇ ଗସ୍ତକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅଟକାଇଛନ୍ତି। ମିଶନ ଶକ୍ତି ସଚିବଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ଯିଏ ମହିଳାଙ୍କୁ ସଶକ୍ତ କରୁଥିଲେ। ଆଗକୁ ମିଶନଶକ୍ତି ବନ୍ଦ କରି ଦେବ ବିଜେପି। ମହିଳାଙ୍କୁ ଘର ଭିତରେ ରଖି ଦେବେ। ମାଗଣା ସ୍ୱାସ୍ଥ୍ୟ ସେବା ବିଜେପିକୁ ହଜମ ହେଉନି। ଅପପ୍ରଚାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ବନ୍ଦ କରିବାକୁ ସେମାନେ କାମ କରୁଛନ୍ତି। ଏମିତି ବ୍ୟବସ୍ଥା କରିବେ ଯେ ବୀମା କମ୍ପାନୀର ଚକର ଲଗାଇବେ ଲୋକେ। ବୀମା କମ୍ପାନୀ ଠାରୁ ଟଙ୍କା ନେଇ ପକେଟ ଗରମ କରିବା ରାଜ୍ୟ ବିଜେପିର ଉଦେଶ୍ୟ ବୋଲି ବିଜେଡି କହିିଛି।
ଲୋକେ କିଛି ଭୁଲିବେ ନାହିଁ। ଲକ୍ଷ୍ମୀ ଯୋଜନା ସାମ୍ବାଦିକ ବୀମା ବିରୋଧରେ ଷଡଯନ୍ତ୍ର ରଚିଥିଲା ବିଜେପି। ମନ୍ଦିର ପ୍ରକଳ୍ପ କାର୍ୟ୍ୟକୁ ବିଜେପି ବିରୋଧ କରିଛି। ସେମାନେ ଭାବୁଛନ୍ତି ଶ୍ରୀମନ୍ଦିର ଓ ସମଲେଇ ଚାରିପଟୁ ନିର୍ମାଣ କାର୍ୟ୍ୟ ଭାଙ୍ଗି ଦେବେ। ସେଠି ହୋଟେଲ, ଲଜ ଓ ଜୋତା ଦୋକାନ କରିବେ। ଏହା ପଛ ଲକ୍ଷ ବିଜେପି କର୍ମୀ ହୋଟେଲ, ଲଜ ଚଳାଇବେ। ଟଙ୍କା ରାଜ୍ୟ ବିଜେପି ପକେଟକୁ ଆସିବ ବଟି ଭାବେ। ଲକ୍ଷ୍ମୀ ବସରେ ମାଆ ୫ ଟଙ୍କାରେ ଆସିବା ବିଜେପିକୁ କଷ୍ଟ ହେଉଛି। ୪୦ ଟଙ୍କା ଅଟୋ ଭଡା ଦେଇ ଯାଆନ୍ତୁ ବୋଲି ବିଜେପି ଚାହୁଁଛି ବୋଲି ବିଜେଡ଼ି ଟାର୍ଗେଟ କରିଛି।