ବିଜେଡ଼ିରେ ଯୋଗଦେଲେ ବିଜେପି କର୍ମକର୍ତ୍ତା

ଭୁବନେଶ୍ୱର,: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ କର୍ମକର୍ତ୍ତା ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତି ଅଶୋକ ନାୟକ ଓ ସୋର ବ୍ଲକ ସହସଂଯୋଜକ କମଳାକାନ୍ତ ଘଡାଇଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀ ଓକର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର, ଶ୍ରୀ ନାୟକ ଓ ଶ୍ରୀ ଘଡାଇ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପିକର୍ମକର୍ତ୍ତା ଓକର୍ମୀମାନେ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେତୁଲାଇବୁ । ଦଳରେ ଆମ ସହିତ ଯୋଗ ଦେଇଥିବା ସମସ୍ତ ବିଜେପିକର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳରସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ସୋର ମ୍ୟୁନିସପାଲଟିର ଉପାଧ୍ୟକ୍ଷା ସସ୍ମିତାଦାସ, ରଂଜନ କୁମାର ଦାସ, ଉର୍ମିଳା ରାଉତ, ପବିତ୍ର ସେଠୀ, ତନୟାରାଣୀ ମହାପାତ୍ର, ଲୋକନାଥ ରାଉତ, ବିଶ୍ୱରଂଜନ ଦାସ, ଦେବୀରଥ ମହାପାତ୍ର, ଓକ୍ଷେତ୍ରମୋହନ ସେଠୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।