ନାରୀ ସୁରକ୍ଷା ଦାବିରେ ଯୁବ ବିଜେଡିର ବିକ୍ଷୋଭ

 ଓଡ଼ିଶାରେ ନାରୀ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଦିନକୁ ଦିନ ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଥିବା ନେଇ ଏହାର ପ୍ରତିବାଦରେ ଗୁରୁବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ସ୍ବର ଉତ୍ତୋଳନ କରି ଭାଜପା ସରକାର ବିରୋଧରେ ଗର୍ଜନ କରିଛନ୍ତି। ଏଥିସହ ପୋଲିସ ପକ୍ଷରୁ ଅପରାଧୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

କଲେଜ ଗେଟ୍‌ ସମ୍ମୁଖରେ ଛାତ୍ର ବିଜେଡି ଓ ଯୁବ ବିଜେଡିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭାଜପା ସରକାରରେ ସମଗ୍ର ରାଜ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଥିବା ସାଙ୍ଗକୁ ଛାତ୍ରୀ ଓ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ସରକାର ବିରୋଧୀ  ବିଭିନ୍ନ ସ୍ଲୋଗାନର ନାରା ଦେବା ସହ ଏକ ଶୋଭାଯାତ୍ରାରେ ଥାନାକୁ ଯାଇ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଏସ୍‌ଆଇ ପ୍ରିୟଙ୍କା ବେହେରାଙ୍କୁ ପ୍ରଦାନ କରିଥିଲେ। ଏଥିରେ ବିଜେଡି ଜିଲା ସମ୍ପାଦକ ଅଶୋକ କୁମାର ମହାକୁଡ଼, ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, ଜିଲାପରିଷଦ ସଭ୍ୟ ରଞ୍ଜିତ କୁମାର ବେହେରା, ଡିଜିଟାଲ ସେକ୍ରେଟାରୀ ସୁନୀଲ କୁମାର ବେହେରା, ଜଗନ୍ନାଥ ସାହୁ, ନେହା ବାରିକ, ଶ୍ୱେତା ପଣ୍ଡା, ମିତା ଗୌଡ଼, ଶ୍ରଦ୍ଧାଞ୍ଜଳି ଗୌଡ଼, ସନ୍ଧ୍ୟା ଗୌଡ଼, ସଙ୍ଗୀତା ମହାରଣା ପ୍ରମୁଖଙ୍କ ସମେତ ବହୁ ଛାତ୍ରୀ ଯୋଗଦେଇଥିଲେ।