IAS ସ୍ତରରେ ଅଦଳବଦଳ: ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ଦାୟିତ୍ୱ

IAS ସ୍ତରରେ ଅଦଳବଦଳ:  ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର :  ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଏବଂ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜାତି/ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କରାଯାଇଛି।