ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ସିଂ

ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ । ଇସ୍ତଫା ଦେବା ପରେ ସରକାରଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି । ଭବିଷ୍ୟବାଣୀ କରିଛନ୍ତି, ଆଗାମୀ ନିର୍ବାଚନରେ ବିଜେପି ଭଲ କରିବ ଏବଂ ବିଜେଡିର ପ୍ରଦର୍ଶନ ନୈରାଶ୍ୟଜନକ ହେବ । ଦଳରେ କିପରି ଭାବେ ପ୍ରାର୍ଥୀ ଚୟନ କରାଯାଉଛି ଆମ ସହିତ ସ୍ୱତନ୍ତ୍ର ସାକ୍ଷାତକାରରେ ଆଲୋଚନା କରି ତାର ଗୁମର ଖୋଲିଛନ୍ତି ପ୍ରଭାସକୁମାର ସିଂ ।